ରାଜ୍ୟ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀଙ୍କ ଜଳକ୍ଳିିଷ୍ଟ ସମଲପୁର ପରିଦର୍ଶନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ସମଲପୁର ଗ୍ରାମକୁ ରାଜ୍ୟ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ହଳଧର ସେଠୀ ପରିଦର୍ଶନରେ ଯାଇ ସେହି ଗ୍ରାମର ଜଳକ୍ଳିଷ୍ଟ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିଗ୍ରାମରେ ଥିବା ଏକମାତ୍ର ନଳକୂପଟି ଦୀର୍ଘଦିନ ଧରି ଅଚଳ ହୋଇପଡିଥିବା ବେଳେ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀ,ଜିଲ୍ଲାପାଳ ଓ କେନ୍ଦ୍ରାପଡା ବିଧାୟକଙ୍କୁ ଭେଟି ଅଭିଯୋଗ କରିଥିଲେବି ସେହି ସମସ୍ୟାର କୈାଣସି ସମାଧାନ ଅଦ୍ୟାବଧି ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ଏଥିସହିତ ଏସମ୍ପର୍କରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିଥିବା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଏହି ସମସ୍ୟା ସମ୍ପର୍କରେ ଜଣାଇବାକୁ ଯାଇଥିବା ବେଳେ ବିଧାୟକଙ୍କ ଗାଡିର ଚାଳକ ସହିତ ବଚସା ହେବା ସହ ଗାଡି ଚାଳକ ଜଣଙ୍କ ସମଲପୁର ଗ୍ରାମର କେତେକ ଯୁବକଙ୍କୁ ମାଡମାରିବା ପରେ ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପରେ ବିଧାୟକ ଶ୍ରୀ ବେହେରା ଘଟଣା ସମ୍ପର୍କରେ ଉଭୟ ଗାଡିଚାଳକ ଓ ସମଲପୁର ଗ୍ରାମରୁ ଯାଇଥିବା ଲୋକମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟ ପରିସରକୁ ଡକାଇ ଘଟଣାର ସମାଧାନ କରିଦେଇଥିଲେ । କିନ୍ତୁ ପରେ ତାଙ୍କ ଗାଡି ଚାଳକ ସମଲପୁର ଗ୍ରାମର ଜଣେ ଦଳିତ ଯୁବକଙ୍କ ନାମରେ ସଦର ଥାନାରେ ଓଲଟା ଅଭିଯୋଗ କରିଥିବା ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ସେଠୀଙ୍କୁ ଅବଗତ କରାଯାଇଥିଲା । ଏସମ୍ପର୍କରେ ଶ୍ରୀ ସେଠୀ ରାଜ୍ୟ ସ୍ତରରେ ସଂପୃକ୍ତ ଅଧିକାରୀଙ୍କ ସହ କଥା ହୋଇ ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଦଳିତ ଯୁବକଙ୍କ ନାମରେ ସଦର ଥାନାରେ ଦିଆଯାଇଥିବା ଅଭିଯୋଗ ସମ୍ପର୍କରେ ଶ୍ରୀ ସେଠୀ ଉପଯୁକ୍ତ କତ୍ତୃପକ୍ଷଙ୍କ ସହ କଥାହେବେ ବୋଲି କହିଥିଲେ ।