ଗଭୀର ସମୁଦ୍ର ମଧ୍ୟରୁ ୧୯ ବାଙ୍ଗଲାଦେଶୀ ମତ୍ସ୍ୟଜୀବିଙ୍କୁ ଉଦ୍ଧାର କଲା କୋଷ୍ଟଗାର୍ଡ
ପାରାଦ୍ୱୀପ,(ପୀତବାସ ପ୍ରଧାନ): ଯାନ୍ତ୍ରୀକ ତ୍ରଟି ଯୋଗୁଁ ଭାରତୀୟ ଜଳ ସୀମାକୁ ପଶିଆସିଥିବା ବାଙ୍ଗଲାଦେଶୀ ମାଛଧରା ବୋର୍ଟକୁ ଉଦ୍ଧାର କରିଛି ଭାରତୀୟ ତଟ୍ଟରକ୍ଷୀ ବାହିନୀ । ଘଟଣାରୁ ପ୍ରକାଶ ଯେ ଗତ ସୋମବାର ଦିନ ଭାରତୀୟ ଜଳସୀମା ମଧ୍ୟରେ ଏକ ବାଙ୍ଗଲାଦେଶୀ ମାଛଧରା ଟ୍ରଲର ଥିବା ତଟରକ୍ଷୀ ବାହିନୀର ଏୟାର କ୍ରାଫ୍ଟ ଦେଖିଥିଲା । ତୁରନ୍ତ ସେଠାରେ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବା କୋଷ୍ଟଗାର୍ଡ ଜାହାଜ ବରଦକୁ ସୂଚନା ଦିଆଯାଇଥିଲା । କୋଷ୍ଟଗାର୍ଡ ଜାହାଜ ସେଠାରେ ପହଁଞ୍ଚିଥିଲା । ଏହା ଏକ ବାଙ୍ଗଲାଦେଶୀ ମାଛଧରା ଟ୍ରଲର ଓ ସେଥିରେ ୧୯ଜଣ ମତ୍ସ୍ୟଜିବି ଥିବା ଜାଣିବା ପରେ ବାଙ୍ଗଲାଦେଶ କୋଷ୍ଟଗାର୍ଡକୁ ସୂଚନା ଦିଆଯାଇଥିଲା । ଯାନ୍ତ୍ରୀକ ତ୍ରଟି ଯୋଗୁଁ ଏହା ଭାରତୀୟ ଜଳସୀମାକୁ ପଶିଆସିଥିବା ଜାଣିବା ପରେ ମତ୍ସ୍ୟଜୀବିଙ୍କ ନିକଟରେ ଖାଦ୍ୟ ପଦାର୍ଥ ନଥିବା କହିଥିଲେ । କୋଷ୍ଟଗାର୍ଡ ପକ୍ଷରୁ ସେହି ୧୯ଜଣ ମତ୍ସ୍ୟଜୀବିଙ୍କୁ ଖାଦ୍ୟ ପଦାର୍ଥ ଦିଆଯାଇଥିବା କୋଷ୍ଟଗାର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ମାଛଧରା ଟ୍ରଲର ର ମରାମତି ପରେ ଏହା ବାଙ୍ଗଲାଦେଶ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।