ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ ) : ରାଇରଙ୍ଗପୁର – ତିରିଂ ଥାନା ଅନ୍ତର୍ଗତ ବଡଡାଳିମା ବଜାରର ଚନ୍ଦନ ସୃଷ୍ଟିଙ୍କ ଦୋକାନରେ ପ୍ରାୟ ୭ ଫୁଟ ଲମ୍ବର ଏକ ଅଜଗର ସାପ ପଶିଥିଲା । ଦୋକାନୀ ଦେଖି ଭୟରେ ଚିତ୍କାର କରିଥିଲା । ପରେ କିଛି ଯୁବକ ଆସି ପହଞ୍ଚିଥିଲେ ଓ ବନ ବିଭାଗକୁ ଖବର ଦେଇଥିଲେ ।ଅଜଗର ସାପକୁ ଧରି ଜଙ୍ଗଲରେ ଛାଡି ଦିଆଯାଇଥିଲା ।