ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଆଇନ ସଚେତନ ଓ ସ୍ୱାସ୍ଥ୍ୟ ଶିବିର
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମିତି ଦ୍ୱାରା ବରିଷ୍ଠ ନାଗରିକ ଦିବସ ଅବସରରେ ଗୋପାଳପୁରସ୍ଥିତ ଜରାନିବାସଠାରେ ଆଇନ ସଚେତନତା ସହ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ପ୍ରାଧିକରଣ ସଚିବ ଶଯୁକ୍ତ ବିଜୟ କୁମାର ଦାସଙ୍କ ସହ ଆଡିସିନାଲ ସିଭିଲି ଜର୍ଜ ଶ୍ରୀ ଜନ୍ମଜୟ ଦାସ, ସିଭିଲ ଜର୍ଜ ଶ୍ରୀଦୀପ ମିଶ୍ର , ଡା. ନଳୀନି କାନ୍ତ ପାଣିଗ୍ରାହୀ , ଡା. ମିନାକ୍ଷୀ ଦେବୀ ମୁଖ୍ୟ ଅତିଥୀଭାବେ ଯୋଗଦାନ କରିଥିଲେ । ପ୍ରାଧିକରମ କାର୍ଯ୍ୟାଳୟର ବରିଷ୍ଠ ନାଗରିକମାନଙ୍କ ପ୍ରତି ଦାୟିତ୍ୱ ଓ ସରକାରଙ୍କ ବିଭିନ୍ନ ଯୋଜନାର ବୀବରଣୀ ପ୍ରଦାନ କରାଯିବା ସହ ଏହାକୁ ଉପଲବ୍ଧି କରାଇବା ପାଇଁ ପ୍ରାଧିକରଣ କମିଟି ସର୍ବଦା ଚେଷ୍ଟିତ ଥିବା ଅବଗତ କରାଇଥିଲା । ଆଇନ ସଚେତନତା ସହ ଡାକ୍ତରମାନେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା । ପରିଶେଷରେ ବରିଷ୍ଠନାଗରିକମାନଙ୍କୁ ଫଳ, ବିସ୍କୁଟ, ଚଦର, ଗାମୁଛା ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜରାନିବାସ ପରିଚାଳିକା ଶ୍ରୀମତୀ ସାବିତାରୀ ଦେବତା, ବେସରକାରୀ ସଂଗଠନ ଅରୁଣା, ଦିବ୍ୟଜ୍ୟୋତି ର ସହେଯାଗ ଓ ପ୍ରାଧୀକରଣ ସଚିବ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।