କାହା ଛତ୍ର ଛାୟା ତଳେ ରହିଛନ୍ତି ମୋହନା ପଞ୍ଚାୟତ ଅଧିକାରୀ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଳକ ୩୯ ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଏଠି ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସାମିଲ କରାଇଛନ୍ତି | ଗଜପତି ଜିଲ୍ଲାକୁ ସେଥି ମଧ୍ୟରୁ ମୋହନା ବ୍ଲକ ପାଇଁ ବେଶ ନଜର ହେଲେ ପ୍ରତ୍ୟକ ପଞ୍ଚାୟତକୁ ଉର୍ଣ୍ଣତି କରିବା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଦେଉଛନ୍ତି | ବିଜୁ ପକାଘର, ଆବାସ ଯୋଜନା ଭଳି ସାହି ଗୁଡ଼ିକରେ ଲାଇଟ ବ୍ୟବସ୍ଥା, ପିଇବା ପାଣି ରାସ୍ତା ମରାମତି, କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପଞ୍ଚାୟତର ପ୍ରତ୍ୟକ ଗଳି କନ୍ଦି ମୂଖ୍ୟ ରାସ୍ତା ସଫା ରଖିବା ପାଇଁ ଟଙ୍କା ଆସୁଛି କିନ୍ତୁ ସେ ଟଙ୍କା ଲୁଟୁଛନ୍ତି ପଞ୍ଚାୟତ ଅଧିକାରୀ ପ୍ରଭାକର ପ୍ରଧାନ, ତିନଟି ପଞ୍ଚାୟତ ଦାଇତ୍ୱରେ ରହିଛନ୍ତି ପ୍ରଧାନ, ପକା ଘର ନିର୍ମାଣର କାର୍ଯ୍ୟାଦେଶ ଦେବା ପାଇଁ୨ ହଜାର ରୁ ତିନି ହଜାର ମାଗୁଛନ୍ତି ୱାଡ଼ ମେମ୍ବର ମାଧ୍ୟମରେ ହିତାଅଧିକାରୀଙ୍କୁ ସେ ଭଳି ପିଣ୍ଡିକି ପଞ୍ଚାୟତରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଚଳୁ କରି ଲୁଟି ନେଇଛନ୍ତି ଯାହାର କି ତଦନ୍ତ ପାଇଁ ଗ୍ରାମ ବାସୀ ଭିଜିଲାନ୍ସ ବିଭାଗକୁ ଲିଖିତ ଜଣାଇଛନ୍ତି କିନ୍ତୁ କୌଣସି ପଦେକ୍ଷପ ନିଆଯାଇନି ସେ ଭଳି ବୋଡ଼ଖଣି ଗ୍ରାମରେ ଭି ଦୃନତି କରିଛନ୍ତି | ଏହି ବିଷୟରେ ବହୁ ବାର ପୂର୍ବତନ ବିଡ଼ିଓ ବଂଶୀଧର ଖୋସଲାଙ୍କୁ ଜଣାଇଥିଲେ ଭି କୌଣସି ପଦେକ୍ଷପ ନେଇ ନଥିଲେ | ଦୁଇ ଜଣଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ରହିଛି ନା ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଇ ରଖିଛି ବୋଲି ପିଣ୍ଡିକି ମୋହନା ପଞ୍ଚାୟତ ବାସୀ ପ୍ରଶ୍ନ କରିଛନ୍ତି ? ଅନ୍ୟପଟେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୁଟୁଛନ୍ତି | ଏଭଳି ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ସହ ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ଅଞ୍ଚଳ ବାସୀ ଚର୍ଚ୍ଚା ହେଉଛି | ଯେଉଁ ଦିନ ଠାରୁ ପ୍ରଧାନ ମୋହନା ପଞ୍ଚାୟତ ଦାଇତ୍ୱ ରେ ରହିଛନ୍ତି କୋଣସି ଉର୍ଣ୍ଣତି କରି ନାହାନ୍ତି ଏପରିକି ଖଣି ଗ୍ରାମରେ ନା ବାଳିକାଙ୍କ ନାମରେ ଆବାସ ଯୋଜନା ଦେଇଛନ୍ତି |