ନୃସିଂହ ଟିକିରି ମଠରେ ଶ୍ରୀଲ ରାମଦାସ ବାବାଜୀଙ୍କ ସ୍ମରଣ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମହିପାଳସ୍ଥିତ ନୃସିଂହ ଟିକିରି ମଠ(ବାୟାବାବା ମଠ)ରେ ଶ୍ରୀମଦ ବାୟାବାବାଙ୍କ ଗୁରୁଦେବ ଶ୍ରୀଲ ରାମଦାସ ବାବାଜୀଙ୍କ ୬୭ତମ ସ୍ମରଣ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଚଳିତମାସ ୩ତାରିଖରୁ ଆରମ୍ଭ ହୋଇ ଗତ ରବିବାର ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବର ପ୍ରତ୍ୟେକ ଦିନ ଗୋପାଳ ସହସ୍ରନାମ ପାଠ, ଭାଗବତ ପାରାୟଣ, ରାମଚରିତ ମାନସ ପାରାୟଣ, ଭାବଗ୍ରାହୀ କଳାନିକେତନ ପକ୍ଷରୁ ଭଜନ ସନ୍ଧ୍ୟା, ସନ୍ଧ୍ୟାରେ ମଠାଧୀଶ ହୃଷିକେଶ ଦାସଙ୍କ ଦ୍ୱାରା ମହାରାଜଙ୍କ ଦ୍ୱାରା ଭାଗବତ ଆଲୋଚନା କରାଯାଇଥିଲା । ଉଦଯାପନୀ ଉତ୍ସବର ପ୍ରାତଃରେ ୧୦୮ କଳସ ପବିତ୍ର ଜଳରେ ଅଭିଷେକ କରାଯିବା, ବାବାଜୀ ରାମଦାସଙ୍କ ଦ୍ୱାରା ସୂଚକ କୀର୍ତ୍ତନ, ୬୪ମହନ୍ତଙ୍କ ଦ୍ୱାରା ପୂଜା ଆରାଧନା ଓ ଭୋଗମାଳା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶାଖା ସଙ୍ଘ ସଭାପତି ଗୁଣନିଧି ଜଗତି, ସମ୍ପାଦକ ପ୍ରହଲ୍ଲାଦ ପୃଷ୍ଟି, ସହ ସମ୍ପାଦକ ବଂଶୀଧର ମହାନ୍ତି, ବିଶ୍ୱନାଥ ପଟ୍ଟନାୟକ, ରାଜକିଶୋର ରାଉତରାୟ, ବ୍ରହ୍ମାନନ୍ଦ ସାହୁ, ରତ୍ନାକର ସାହୁ, ତ୍ରିଲୋଚନ ନାୟକ, ନିରଞ୍ଜନ ନାୟକ, ରମାକାନ୍ତ ପଣ୍ଡା, ଶୁକଦେବ ଜେନା, ପଣ୍ଡିତ ଦୁର୍ଗା ପ୍ରସାଦ ରଥ, ବିଭୂତିଭୂଷଣ ସୁତାରଙ୍କ ସମେତ ବାୟାମଠର ସମସ୍ତ ଅନ୍ତେବାସୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ