ନୂତନ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନିଶାରେ ଚୁର ହୋଇ ଗଣ୍ଡଗୋଳ ଯୋଗୁଁ ନିସ୍ତୁକ ମାଡ ଖାଇଲେ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜେଡିର ନୂତନ ସମ୍ପାଦକ ମହେଶ ପାଢୀ ରବିବାର ସନ୍ଧ୍ୟାରେ ନିଶାରେ ଚୁର ହୋଇ ୫ନମ୍ବର(କ) ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଗଡାରୁ କଜଳା ଗଡା ପର୍ଯ୍ୟନ୍ତ ଆସି ରେଲୱେ ଓଭରବ୍ରିଜ ନିକଟରେ କେତେକ ଯୁବକ ଛିଡାହୋଇ କଥାବାର୍ତ୍ତା ହେଉଥିବା ବେଳେ ସେମାନଙ୍କ ସହ ବିନା କାରଣରେ ପାଟିଗୋଳ ଓ ଝଗଡା କରିଥିଲେ । ପିଲାମାନେ ପ୍ରଥମେ ଶ୍ରୀ ପାଢୀଙ୍କୁ ଏଭଳି ନକରିବାକୁ ବୁଝାଇ ଥିଲେ ମଧ୍ୟ ସେ ନବୁଝି ଆହୁରି ଜୋରରେ ପାଟିତୁଣ୍ଡ କରି ସେମାନଙ୍କୁ ଗାଳିଗୁଲଜ କରିଥିଲେ । ଫଳରେ ପିଲାମାନେ ବାଧ୍ୟ ହୋଇ ଶ୍ରୀ ପାଢୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ସେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ସୂଚନା ମିଳିଛି ।


