ବିଶ୍ୱର କ୍ଷୁଦ୍ରତମ ବିମାନରେ ଷ୍ଟଣ୍ଟ୍
ବିଶ୍ୱର କ୍ଷୁଦ୍ରତମ ଟ୍ୱିନ୍ ଜେଟ୍ ବିମାନ ଉଡ଼ାଇଛନ୍ତି ଅବସରପ୍ରାପ୍ତ ବ୍ରିଟିଶ୍ ଏୟାରେୱଜ୍ ଏଆରଲାଇନ୍ ପାଇଲଟ୍ ବବ୍ ଗ୍ରିମ୍ । ୭୦ ବର୍ଷ ବୟସରେ ୫ ହଜାର ଫୁଟ ଉଚ୍ଚତାରେ ସେ ଉଡ଼ିଥିଲେ । ବବ୍ ଏହି ବିମାନରେ ଗୋଲ୍ ଗୋଲ୍ ବୁଲିବା, ପଲଟିବା ଆଦି ଷ୍ଟଣ୍ଟ୍ ଆଦି ଦେଖାଇଥିଲେ । ବିମାନ ମାତ୍ର ୧୩ ଫୁଟ୍ ଲମ୍ବା ଓ ୪ ଫୁଟ ଚଉଡ଼ା ବିଶିଷ୍ଟ ଥିଲା । ସେ ଏହାକୁ ଘଣ୍ଟା ପ୍ରତି ୨୨୫ କି.ମି. ବେଗରେ ଉଡ଼ାଇଥିଲେ । ୪୦୦ ଟନ୍ରୁ ଜୁମ୍ବୋ ଜେଟ୍ ଉଡ଼ାଇଥିବା ବବ୍ ଏଭଳି ସୂକ୍ଷ୍ମ ବିମାନ ଉଡ଼ାଇବା ପାଇଁ ଆଦୌ ଭୟଭୀତ ହୋଇ ନ ଥିଲେ । ଦକ୍ଷିଣ ଆଫ୍ରିକୀୟ ଇଞ୍ଜିନିୟର୍ ସାକି ଭାନ୍ ହୀରଡେନ୍ ଓ ଡେଭି ବୋଟ୍ସ୍ ଏହି କ୍ଷୁଦ୍ରତମ ବିମାନ ନିର୍ମାଣ କରିଥିଲେ । ଦୁଇ ବର୍ଷରେ ସମ୍ପୂର୍ଣ୍ଣ ଆଲୁମିନିୟ୍ରେ ନିର୍ମିତ ଏହି ପ୍ରୋଜେକ୍ଟରେ ସେମାନେ ୧୪,୬୧,୭୩୯.୦୨ ଟଙ୍କା ବ୍ୟୟ କରିଥିଲେ ।


