ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲା: ଚିଦମ୍ବରମଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଆଜି ପୁଣି ଝଟକା ଲାଗିଛି । ଚିଦମ୍ବରମଙ୍କ ଜାମିନ ଆବେଦନ ଆଜି ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯାଇଛି । ଜଷ୍ଟିସ୍ ସୁରେଶ କୈତ ଚିଦମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ପ୍ରମାଣ ନଷ୍ଟ, ବିଦେଶ ପଳାଇବା ଆଶଙ୍କା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ ତାଙ୍କୁ ଜାମିନ ମିଳିନାହିଁ । ଗତ ଶୁକ୍ରବାର ସିବିଆଇ ଚିଦମ୍ବରମଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା । ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଚିଦମ୍ବରମଙ୍କ ପାଖରେ ଯେତିକି ସମ୍ବଳ ଅଛି ସେ ଅନ୍ୟ ଏକ ଦେଶରେ ରହିପାରିବେ । ତେଣୁ ଏହି ମାମଲାରେ ବିଚାର ଶେଷ ନହେବା ପର୍ଯ୍ୟନ୍ତ ଚିଦମ୍ବରମଙ୍କୁ ଜାମିନ ନମିଳୁ । ଅଗଷ୍ଟ ୨୧ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚିଦମ୍ବରମ ତିହାର ଜେଲରେ ରହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ