ଗଡ଼ ଗୋବିନ୍ଦ ପୁରରେ ଚାଞ୍ଚଲ୍ୟ ମହିଳାଙ୍କୁ ହତ୍ୟା କରି ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଗଡ଼ଗୋବିନ୍ଦପୁର ଗ୍ରାମ ର ଚାଷୀ କେଦାର ବେହେରା ଙ୍କ ପତ୍ନୀ ସୁଜାତା ଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି। କୌଣସି ଦୁର୍ବୃତ୍ତ ସୁଜାତା ଙ୍କୁ ବାରମ୍ବାର ମାଡ଼ ମାରି ବିବସ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଅନୁମାନ କରିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ସୁଜାତା ଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ପୋଲିସ ସବିଶେଷ ତଥ୍ୟ ଦେବାକୁ ମନା କରିଦେଇଛନ୍ତି । ପରିବାର ଲୋକେ ଚାଷଜମିକୁ ଧାନ କାଟିବାକୁ ଯାଇଥିବା ବେଳେ ସୁଜାତା ଘରେ ଏକୁଟିଆ ଥିଲେ। ସେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ପୂର୍ବ ଯୋଜନା ପ୍ରକାରେ କୌଣସି ଦୁର୍ବୃତ୍ତ ଘରେ ପଶି ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣାପଡିଛି । ପରିବାର ଲୋକେ କାମ ସାରି ଜମିରୁ ଫେରିବା ପରେ ସୁଜାତା ଘର ଭିତରେ ନିସ୍ତେଜ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁହଁ କୁ ମାଡ଼ ମାରି କ୍ଷତାକ୍ତ କରାଯାଇଥିବା ବେଳେ ୨ ହାତ ର ଏକାଧିକ ସ୍ଥାନରେ କାମୁଡ଼ା ଚିହ୍ନ ରହିଥିଲା। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ସୁଜାତା ଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ବ୍ରହ୍ମପୁର ଅତିରିକ୍ତ ଏସ. ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ ଡି ପି ଓ ସୁରେନ୍ଦ୍ରନାଥ ମୁର୍ମୁ, କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ପୋଲିସ ସନ୍ଧାନି କୁକୁର ସହ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି।ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ କୁ ଜବତ କରୁଛନ୍ତି। ଶରୀର ର ଏକାଧିକ ସ୍ଥାନରେ ମାଡ଼ ଚିହ୍ନ ଥିବାରୁ ତାଙ୍କ ସହ ଦୁର୍ବୃତ୍ତ ଙ୍କ ଦିର୍ଘସମୟ ଧସ୍ତା ଧସ୍ତି ହୋଇଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ପୋଲିସ ମୃତଦେହ ଜବତ କରି ମକଦ୍ଦମା ରୁଜୁ କରିଛନ୍ତି। ମଙ୍ଗଳବାର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ପଠାଯିବ ବୋଲି ଆଇ ଆଇ ସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ