ଗଜପତି ଜିିଲ୍ଲାପାଳଙ୍କ ଦ୍ୱାରା ଚନ୍ଦ୍ରଗିରିରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିି ଠାରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି । ଚନ୍ଦ୍ରଗିରି ଠାରେ ୨ଲକ୍ଷ ୫୫ହଜାର ଟଙ୍କାରେ ନିର୍ମିତ ସରପଞ୍ଚ କାର୍ଯ୍ୟାଳୟ,୬ଲକ୍ଷ୫୦ ହଜାର ଟଙ୍କାରେ ନିର୍ମିତ ପଞ୍ଚାୟତ ନିର୍ବହୀ ଅଧିକାରୀଙ୍କ ବାସଭବନ ଓ ୭ଲକ୍ଷ ଟଙ୍କାରେ ନିର୍ମିତ ସଭାଗୃହକୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି । ଉପସ୍ଥିତ ପଞ୍ଚାୟତ ଜନ ସାଧାରଣଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ପଞ୍ଚାୟତର ଉନ୍ନତି ପାଇଁ ସବୁ ପ୍ରକାର ସରକାରୀ ସହାୟତା ଓ ସହେଯାଗ ଯୋଗାଇ ଦେବେ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ,ବ୍ଲକ ସହକରୀ ନିର୍ବାହି ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ,ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳେଇ,ପଞ୍ଚାୟତର ଜନ ପ୍ରତିନିଧି ଓ ମହିଳା ସ୍ୱୟଂ ସହାୟିକା ଦଳର ସଦସ୍ୟା ମାନେ ଉପସ୍ଥିତ ଥିଲେ ।


