୪ ଫୁଟ ଲମ୍ବର ରଣା ସାପ ଉଦ୍ଧାର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ୨ନଂ ଓାର୍ଡ ବନେଇକଳାସ୍ଥିତ ସେନ୍ଟେରାଲ ହସ୍ପିଟାଲ ନିକଟରେ ଥିବା ଏକ ଘରୁ ୪ ଫୁଟ ଲମ୍ବର ରଣା ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ସୋମବାର ସନ୍ଧ୍ୟା ୭ଟା ସମୟରେ ଉକ୍ତ ରଣା ସାପଟି ବନେଇକଳାର କେନ୍ଦ୍ରୀୟ ଚିକିତ୍ସାଳୟ ନିକଟସ୍ଥ ମାନସ ଦାସ ଙ୍କ ଘରେ ପଶିଥିଲା । ଘର ଲୋକ ସାପଟିକୁ ଦେଖି ଟାଟାଷ୍ଟିଲ କମ୍ପାନୀର ଜଣେ କର୍ମଚାରୀ ଭଜମାନ ଜେନା ଙ୍କୁ ଫୋନ କରିଥିଲେ । ଭଜମାନ ଜେନା ଘଟଣାସ୍ଥଳରେ ପହନଚି ସାପଟିକୁ ଉଦ୍ଧାର କରି କୁନ୍ଦୁରୁନାଲା ସୁନା ନଦୀରେ ଛାଡି ଦେଇଥିବା ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ