ଚିତରଞ୍ଜନ ନାୟକଙ୍କ କବିକନ୍ୟା ସ୍ମୁତି ପୁରଷ୍କାର

ଘଟଗାଁ(ଯୁଗାବ୍ଦ ନ୍ୟୁଜ୍)କେନ୍ଦୁଝର ତଥା ଓଡିଶାର ଚର୍ଚ୍ଚିତ ଯୁବକବି ଚିତରଞନ ନାୟକ ଚଳିତ ବର୍ଷର ସମ୍ମାନଜନକ କବିକନ୍ୟା ସ୍ମୁତି ପୁରଷ୍କାର ହାସଲ କରିଛନ୍ତି ।ନିଜର ଅନନ୍ୟ କବି ପ୍ରତିଭାର ନିଦର୍ଶନ ପୂର୍ବକ ତାଙ୍କୁ ଏହା ପ୍ରଦାନ କରାଯାଇଛି ବୋଲି ଜଣାପଡିଛି । ଭୁବନେଶ୍ୱର ରେଡ୍କ୍ରସ୍ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ବିଶିଷ୍ଟ କବି ଓ ପ୍ରଶାସକ ଧନଞୟ ସ୍ୱାଇଁ, ବରିଷ୍ଠ କବି ଅନ୍ନପୂର୍ଣ୍ଣା ମହାନ୍ତି, କବି ତଥା ଅନୁଷ୍ଠାନର ଅଧ୍ୟକ୍ଷ ରମେଶ ପତି ଓ ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ ସାତିତ୍ୟିକ ଅୟସକାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ତାଙ୍କୁ ମାନପତ୍ର, ଉପଢୌକନ ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଓଡିଶାର ଜଣେ ଆଗଧାଡିର ନାରୀକବି ଓଁ ଈଶ୍ୱରୀ କବିକନ୍ୟାଙ୍କ ଅକାଳ ବିୟୋଗ ପରେ ତାଙ୍କ ଅମ୍ଳାନ ସ୍ମୁତିରେ ପ୍ରତିବର୍ଷ ଓଡିଶାର ଜଣେ ଜଣେ ପ୍ରଭାବଶାଳୀ ଓ ଚର୍ଚ୍ଚିତ ଯୁବକବିଙ୍କୁ ଏହି ପୁରଷ୍କାର ଦିଆ ହୋଇ ଆସୁଅଛି । ତେବେ ଶ୍ରୀ ଚିତରଞନ ନାୟକଙ୍କର ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ର ଡଅଁର ଗ୍ରାମରେ । ଉଭୟ ଇଂରାଜୀ ଓ ଓଡିଆରେ ଉତ୍କୃଷ୍ଟ ମାନର କବିତା ଲେଖି ପୂର୍ବରୁ ଫକିରମୋହନ ସାହିତ୍ୟ ପୁରଷ୍କାର, କଳିଙ୍ଗ ଯୁବ ପୁରଷ୍କାର, ସଚିବାଳୟ ଲେଖକ ପରିଷଦ ପୁରଷ୍କାର ଓ ସୃଜନ ଇଣ୍ଡିଆ ଯୁବକବି ସମ୍ମାନ ଭଳି ଅନେକ ପୁରଷ୍କାର ପାଇଥିବା ଶ୍ରୀ ନାୟକଙ୍କ ମାଟି ଛୁଇଁନଥିବା ସୂର୍ଯ୍ୟୋଦୟ ନାମରେ ଏକ କବିତା ସଂକଳନ ପ୍ରକାଶ ପାଇ ପାଠକୀୟ ଆଦୃତି ପାଇବାରେ ସକ୍ଷମ ହେଇଛି । ଏହି ପୁରଷ୍କାର ପାଇଲା ପରେ ତାଙ୍କୁ ସମ୍ବାଦ ସାହିତ୍ୟ ଘର ହାଟଡିହି, ସର୍ଭ ଫର୍ ପିପୁଲ ସଂଗଠନ, ଲେଖକ ସମବାୟ ସମିତି ଆନନ୍ଦପୁର, ମିଳନୀ ସାହିତ୍ୟ ସଂସଦ କେନ୍ଦୁଝର, ସମ୍ବାଦ ସାହିତ୍ୟ ଘର ଘଟଗାଁ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ କବି ବିମଳ କୁମାର ଜେନା ପ୍ରମୁଖ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ