ତିନି ଡକାୟତ ଗିରଫ ଚୋରି ପମ୍ପ ସେଟ ଉଦ୍ଧାର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମର ୩ ଜଣ ଡକାୟତ ଆଜି ଧରପଡିଛନ୍ତି । ସେମାନେ ହେଲେ କେ ରାମ ରେଡି,ପପୁନ ଖୁଣ୍ଟିଆ, ପାଣ୍ଡବ ମହାରଣା । ଏହି ୩ ଜଣ ପାଟପୁର,ସେରଗଡ,ଦିଗପହଣ୍ଡି ଭଳି ବିଭିନ୍ନ ଅଞ୍ଚଳ ରେ ଚୋରି କରୁଥିବାବେଳେ,ଆଜି ପାଟପୁର ପୋଲିସ ସୂଚନା ପାଇ ପାଣ୍ଡବ ମହାରଣା ଙ୍କୁ ଚିକିଟି ରୁ ଏବଂ କେ ରାମ ରେଡି ଓ ପପୁନ ଖୁଣ୍ଟିଆ କୁ ପାଟପୁର ରୁ ଗିରଫ କରିଥିବା ବେଳେ ସେମାନଙ୍କ ପାଖରୁ ଗୋଟିଏ ବ୍ୟାଟରୀ,ଛଟି ମୋଟର ପମ୍ପ ଏବଂ ମୋଟର ପାଇପ ପୋଲିସ ଜବତ କରିଛି । ଏହି ୩ ଜଣଙ୍କୁ ଆଜି ପାଟପୁର ପୋଲିସ କୌର୍ଟ ଚାଲାଣ କରିଛି। ଏ ନେଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।


