ଜମିର ଧାନ କାଟି ଉଦାହରଣ ସାଜିଲେ ଶିକ୍ଷିତ ଯୁବକ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଯୋଗୁଁ ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଏହି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗରେ ସ୍ନାତକୋତ୍ତର କରିଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରି ବ୍ଳକ ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ନିଜ ଗାଁକୁ ଚାଲି ଆସିଥିଲେ। କରୋନା ବେଳେ ବନ୍ଦ ରହିଥିବା ସ୍କୁଲର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ସେ ନିଜକୁ ଯୁବ ଚାଷୀ ଭାବରେ ପରିଗଣିତ କରିଛନ୍ତି।ଗତ ଜୁନ ମାସରେ ନିଜ ଗ୍ରାମରେ ଥିବା ପୈତୃକ ୪ ଏକର ଜମିରେ ଶ୍ରୀପଦ୍ଧତି ମାଧ୍ୟମରେ ଧାନ ଚାଷ କରିଥିଲେ। ବର୍ତ୍ତମାନ ଧାନ ଫସଲ ଅମଳ କରିବା ନିମନ୍ତେ ଜମିରେ ନିଜକୁ ନିୟୋଜିତ କରି ଧାନ କାଟୁଛନ୍ତି। କରୋନା କଟକଣା ବେଳେ ଜୀବନଜୀବିକାକୁ ନେଇ ଲୋକେ ସଂଘର୍ଷ କରୁଥିବା ବେଳେ ଜଣେ ସଦ୍ୟ ଶିକ୍ଷାସମାପ୍ତ କରିଥିବା ଉଚ୍ଚଶିକ୍ଷିତ ଯୁବକ ଚାଷପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଇଛି।ଜିଲ୍ଲାରେ ବହୁ ଯୁବକ କାମଧନ୍ଦା ଅଭାବରୁ ରାଜ୍ୟ ବାହରକୁ ଚାଲିଯାଉଛନ୍ତି । କିନ୍ତୁ ରାଜେଶ ସେଥିରୁ କ୍ଷାନ୍ତ ନିଜମାଟିରେ କିଛି କରିବାର ଅଦ୍ୟମ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ବ୍ୟତୀତ ରାଜେଶ ନିଜ ଗ୍ରାମର ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ୭ ଘଣ୍ଟା ମାଗଣାରେ ଶିକ୍ଷାଦାନ କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ଅନ୍ୟାନ୍ୟ ଜିଲ୍ଲା ଗୁଡିକର ଉପାନ୍ତ ଅଞ୍ଚଳ ଗୁଡିକର ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଯଥା ନିତିଦିନିଆ ରାସ୍ତା ନିର୍ମାଣ, ବିଦ୍ୟୁତ, ସ୍ୱଚ୍ଛ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ଉପଲବ୍ଧ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୧୨୦୦ ରୁ ଉର୍ଦ୍ଧ୍ବ ଚିଠି ଲେଖି ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ମଧ୍ୟ ଉଦ୍ୟମ ଚଳାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ