ଛତ୍ରପୁର ବ୍ଲକରେ ଖୋଲିଲା ଧାନ ମଣ୍ଡି
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକରେ ଆଜି ଧାନମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଉଦଘାଟିତ ହୋଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଉଦଘାଟନ କରିବା ସହ ସମସ୍ତ ଚାଷୀଙ୍କ ସୁବ୍ୟବସ୍ଥା ଅନୁଯାୟୀ ଧାନ କିଣିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାଟପୁର ଗ୍ରାମର ସୁରେନ୍ଦ୍ରନାଥ ଦାସ ନାମକ ଚାଷୀ ଆଜି ତାଙ୍କ ଅମଳ ଧାନ ମଣ୍ଡିରେ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ବିଡିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନୀଳମାଧବ ଭୋଇ, ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ସମିତିସଭ୍ୟ ଭାଗିରଥୀ ପ୍ରଧାନ, ବ୍ଲକ ଏମଆଇ ଜୟରାମ ଲେଙ୍କା, ଲଣ୍ଡାବାଉଁଶ ସେବା ସମବାୟ ସମିତିର ସମ୍ପାଦକ ହରିଶ୍ଚନ୍ଦ୍ର ମୁଦୁଲି, ମିଲର ପ୍ରଭାତ ରଞ୍ଜନ ଖାଡ଼ଙ୍ଗା, ନାରାୟଣ ସାହୁ, ସରୋଜ କୁମାର ସାହୁ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି ଯୁବ ବିଜେଡି ନେତା ବୁଲୁ ସୁବୁଦ୍ଧିଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।ଚଳିତ ବର୍ଷ ଛତ୍ରପୁର ବ୍ଲକ ନିମନ୍ତେ ପ୍ରଥମ ପର୍ଯ୍ୟାୟ ରେ ଏକ ଲକ୍ଷ ଆଠ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରହିଥିବା ବେଳେ ପାଞ୍ଚ ହଜାର ଅଠର ଜଣ ଚାଷୀ ଧାନ ବିକିବା ସକାଶେ ନାମ ପଞ୍ଜିକରଣ କରିଛନ୍ତି l ସେଥିମଧ୍ୟରୁ ୨୧ଜଣ ଭାଗ ଚାଷୀ ରହିଛନ୍ତି l


