ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପାରଳାଖେମୁଣ୍ଡି ଶାଖା ପକ୍ଷରୁ ନଗର ସମ୍ମିଳନୀ ୨୦- ୨୦୨୧ ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନଗରର ନଗର ସମ୍ମିଳନୀ ଆୟୋଜିତ ହୋଇଥିଲା । ଗଜପତି ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃ୍ଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ସମ୍ପାଦକ ତଥା ଗଜପତି ବିଭାଗ ଓ ଗଞ୍ଜାମ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ସଂଦର୍ଭରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ମୁଖ୍ୟ ଉପଦେଷ୍ଟା ଶ୍ରୀ ମନୋଜ ପଟ୍ଟନାୟକ, ଶ୍ରୀ ହରିମୋହନ ପଟ୍ଟନାୟକ,ପୂର୍ବତନ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା ଶ୍ରୀ ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଛାତ୍ରଶକ୍ତି-ରାଷ୍ଟ୍ରଶକ୍ତି ବିଷୟ ଉପରେ ଆଲୋକପାତ କରିଥିଲେ। ନଗର ସହ ସଂପାଦକ ତଥା ଚଳିତ ବର୍ଷର ଗଜପତି ଜିଲ୍ଲା ସଂଯୋଜକ ତୁଷାର ଦାସ ଭାଇ ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ପରିଷଦର କାର୍ଯ୍ୟକ୍ରମଗୁଡିକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ନିର୍ବାଚନ ଅଧିକାରୀ ଭାବରେ ଶ୍ରୀ ମନୋଜ ପଟ୍ଟନାୟକ ପାରଳାଖେମୁଣ୍ଡି ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ। ସଭାପତି ଭାବେ ଡ.ସୁଶାନ୍ତ ପଟ୍ଟନାୟକ, ନଗର ସଂପାଦକ ଭାବେ ଶ୍ରୀଧର ପାଣିଗ୍ରାହୀ, ସହ ସଂପାଦକ ଭାବେ କେ.ଯୁବରାଜ,କେଦାର ନାଥ ନାୟକ, ସମୀର ମଣ୍ଡଳ, କାହ୍ନା ମହାପାତ୍ରଙ୍କ ସମେତ ୩୦ ଜଣିଆ ନଗର କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା । ସମୀର ଭାଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଶେଷରେ ଗଜପତି ବିଭାଗ ଏସ ଏଫ୍ ଡି, ପ୍ରମୁଖ ବିଘ୍ନେଶ୍ବର ପଣ୍ଡା ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।


