ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କୁ ନେଇ କଟକ ସଦର ମାଟି ଗର୍ବ କରେ: ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ

କଟକ,(ଓ୍ବାଇଏନ୍ଏସ୍): କଟକ ସଦର ବ୍ଲକ କିଶୋରନଗର ଅଞ୍ଚଳର ଗାନ୍ଧୀ ପ୍ରବାଦ ପୁରୁଷ ପ୍ରଥମ ରାଜବନ୍ଦୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ୧୨୧ ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି | କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ମହାତ୍ମାଙ୍କ କିଶନନଗର ବଜାରରେଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ସ୍ମୃତିଚାରଣ କରାଯାଇଛି | ଏହି ସଭାରେ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଜାମିନୀ ମୋହନ ସାହୁ,ଅଶୋକ କୁମାର ସାମଲ, ସୁମନ ଦାଶ,ସଂଜୟ ମଲ୍ଲିକ, ତୁସାରକାନ୍ତ ବେହେରା, ଗଜେନ୍ଦ୍ର ବେହେରା ତାହା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସ୍ମୃତିଚାରଣ ସହ ସ୍ୱର୍ଗତ ବୋଷଙ୍କ କିଶନନଗର ଅଞ୍ଚଳ ପ୍ରତି ଅବଦାନ ଆମ ସମୟର ଆଦର୍ଶ ହୋଇ ରହିଯିବ ବୋଲି ମତବ୍ୟକ୍ତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ