ରାଜ୍ୟ ସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତା ପାଇଁ ଶୁଭମ୍ ମନୋନୀତ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ପାଇଁ ଗୌରବ ଆଣିଛନ୍ତି ଏହି ବ୍ଳକ୍ ଅନ୍ତର୍ଗତ ପ୍ରତାପଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଶୁଭମ୍ କୁମାର ପ୍ରଧାନ I ସେ ଗଞ୍ଜାମ ଜିଲ୍ଲା ତଥା ଖୋର୍ଦ୍ଧା ଜୋନାଲ୍ ସ୍ତରୀୟ କଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତାର ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ମନୋନୀତ ହୋଇଛନ୍ତି I ଶୁଭମ୍ ଜୋନାଲ୍ ସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚର ଦୃଶ୍ୟ ଅଙ୍କନ କରି ବିଚାରକମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି I ଶୁଭମ୍ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର କଳା ଶିକ୍ଷକ ସୁଦର୍ଶନ ଜ୍ୟୋତି ସିଂ କୁ ଦେଇଛନ୍ତି I ଶୁଭମ୍ ଙ୍କ ଏହି କୃତିତ୍ୱରେ ଜିଲ୍ଳା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଅଧ୍ୟକ୍ଷ ସଦାଶିବ ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶୁଭମ୍ ଙ୍କ ପିତାମାତା ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ