ଗୋବରୀ ପାଲଟିଛି ଅଳିଆଗଦା; ଡ୍ରେନେଜ ବିଭାଗର ନିଘା ନାହିଁ

ନାଉଗାଁ,(ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦେଇ ପ୍ରବାହିତ ଗୋବରୀ ନଦୀ ଏବେ ପାଲଟିଛି ବର୍ଜ୍ୟବସ୍ତରୁ ନାଳ । ଏହି ନଦୀ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ନିକଟରୁ ବାହାରି ନାଉଗାଁ ବ୍ଳକ କୋରୁଅ ପଂଚାୟତସ୍ଥିତ ଗାରୋଇ ଠାରେ ଦେବୀ ନଦୀରେ ମିଶିଛି । ଏହି ନଦୀ କୃଷକ ମାନଙ୍କର ଜୀବନଧାରା ପାଲିଟଛି । କୃଷି କ୍ଷେତରୁ ଉଦବୃତ ଜଳ ନିଷ୍କାସନ ସହିତ କୃଷି କ୍ଷେତକୁ ଜଳସେଚନ ସୁବିଧା ପାଇଁ ନାଉଗାଁ ଠାରୁ ଗାରୋଇ ମଧ୍ୟରେ ବ୍ୟବସ୍ଥା ହୋଇଛି । ବିଭାଗୀୟ ଅଧିକାରୀଙ୍କ ଇଛାଶକ୍ତି ଅଭାବ ହେତୁ ଗୋବରୀ ନଦୀର ଜଳ ଚାଷ ଓ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନଥିବା ଜଣାଯାଇଛି । କିନ୍ତୁ ଏହି ନଦୀ ଏବେ ବର୍ଜ୍ୟବସ୍ତୁର ନାଳ ପାଲଟିଛି । ପ୍ରତ୍ୟେକ ଦିନ ବିଭିନ୍ନ କୁକୁଡା ବେପାରୀମାନେ କୁକୁଡା ପର ଓ ଚମଡା ଆଣି ଏହି ନଦୀ ଭିତରକୁ ପକାଉଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଗୋରବୀ ନଦୀରୁ ଦୁର୍ଗନ୍ଧ ବାହାରି ନଦୀ ସହିତ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହେଉଛି । ବିଶେଷକରୀ ଗଂଗଦାହାଟରେ ଥିବା ଗୋବରୀ ପୋଲ ତଳକୁ କୁକୁଡା ବେପାରୀମାନେ କୁକୁଡା ପର ଓ ଚମଡା ଆଦି ପକାଉଛନ୍ତି । ଫଳରେ ଗୋବରୀ ନଦୀ ପାଶ୍ୱର୍ରେ ଥିବା ଦୋକାନୀମାନେ ପଚା ଗନ୍ଧରେ ଅଣନିଶ୍ୱାସୀ ହେଇପଡୁଥିବା ସେମାନେ ଅଭିଯୋଗ କରନ୍ତି । ଏହା ସହିତ ହାଟ ବଜାରର ସମସ୍ତ ବର୍ଜ୍ୟବସ୍ତୁ ଏହି ନଦୀରେ ମଧ୍ୟ ପକାଯାଉଛି । ହେଲେ ଏଥିପ୍ରତି କାହାର ନିଘା ନାହିଁ । ଏହାକୁ ନେଇ ଧିରେ ଧିରେ ବ୍ୟବସାୟୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି । ଅନ୍ୟପଟେ ୨୦୧୨-୧୩ ଆର୍ôଥକ ବର୍ଷରେ ଡ୍ରେନେଜ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଗୋବରୀ ଖନନ ଓ ସଫେଇ କାର୍ଯ୍ୟ ହୋଇଥିଲା । ହେଲେ ବିଭାଗର ପକ୍ଷରୁ ରକ୍ଷାଣବେକ୍ଷଣ ଅଭାବରୁ ଗୋବରୀ ପୂର୍ବ ଅବସ୍ଥାକୁ ଫେରିଯାଇଛି । କେଉଁଠି ଦଳ ଭର୍ତି ତ କେଉଁଠି ଅଳିଆ ଆର୍ବଜନାରେ ଭର୍ତି ହୋଇଛି ।ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗଂଗଦାହାଟର ବ୍ୟବସାୟୀ ସୁରେଶ ପଣ୍ଡା, ଟୁକୁନା ପାଳ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ତପନ ବେହେରା ଆଦି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ