ରାଷ୍ଟ୍ରୀୟ ଲୋକ ଅଦାଲତ : ୬ଟି ମାମଲାର ଫଇସଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶନିବାର ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟ ପରିସରରେ ବିଚାପତି ରାଜଶ୍ରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ହିଞ୍ଜିଳିକାଟୁ ଶାଖାର ଗୋଟିଏ ମାମଲାର ବିଚାର କରାଯାଇ ୭୦ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ସଂପୃକ୍ତ ନ୍ୟାୟଳୟର ୫ଟି ମାମଲାର ଫଇସଲା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଏସବିଆଇ ସ୍ଥାନୀୟ ଶାଖାର ଫିଲ୍ଡ ଅଫିସର ସଙ୍ଗୀତା ମହାପାତ୍ର, ସିକିରି ଶାଖାର ନେହା ବଗତି, ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ମନସ୍ମିନି ନାୟକ, ଫିଲ୍ଡ ଅଫିସର ଶିବ ପ୍ରସାଦ ସେଠି, ନିଳାଂଚଳ ପାଣିଗ୍ରାହୀ, ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ମାନସ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଓକିଲ ସଂଘ ସଭାପତି ଦ୍ୱୀତିକୃଷ୍ଣ ସାବତ, ବ୍ୟାଙ୍କ ଆଇନଜୀବି ରାମଚନ୍ଦ୍ର ମହାପାତ୍ର, ଆଇନଜୀବି ଜିତେନ ପ୍ରହରାଜ, ଶାନ୍ତନୁ ପୋଲାଇ, ମୁକ୍ତିରାମ ସାବତ, ପ୍ରଭାତ ସାହୁ, ମାନସ ରଂଜନ ପାଢି, ଜଗତ ମୋହନ ସାହୁ, ନିରଂଜନ ସାହୁ ଓ ସରକାରୀ ଓକିଲ ପ୍ରମୋଦ କୁମାର ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ