ସରପଞ୍ଚ ଉପନିର୍ବାଚନ;୭୨ % ମତଦାନ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ୩ ଟି ସନ୍ତାନ ଥିବା ଯୋଗୁଁ ସେ ପଦବୀ ହରାଇଥିଲେ । ସେଥିପାଇଁ ଏହି ପାଞ୍ଚାୟତ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୋଟ ୧୩ ଗୋଟି ୱାର୍ଡକୁ ନେଇ ଗଠିତ ଏହି ପାଞ୍ଚାୟତର ଭୋଟରଙ୍କ ସଂଖ୍ୟା ୨୩୮୩ ଥିବା ବେଳେ ୧୭୨୩ ଜଣ ଭୋଟଦାତା ମତଦାନ ପ୍ରଦାନ କରିଛନ୍ତି । ୭୨.୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିମୁଖୀ ଲଢେ଼ଇ ହୋଇଥିଲା । ଡ଼ି.ସତ୍ୟନାରାୟଣ ଆଚାରୀ ଓ ପୂର୍ବତନ ସରପଞ୍ଚଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ଏହି ସରପଞ୍ଚ ଉପନିର୍ବାଚନରେ ପ୍ରାର୍ଥୀ ଅଟନ୍ତି । ବି.କରଡ଼ାବାଡ଼ି ଗ୍ରାମର ୧, ୨, ୩, ୪ ଓ ୫ ନମ୍ବର ଯଥାକ୍ରମେ ୧୬୧, ୧୯୩, ୧୯୬, ୧୬୦ ଓ ୧୫୦ ଖଣ୍ଡ ମତଦାନ ହୋଇଥିବା ବେଳେ ଟାଭାପଲ୍ଲୀ ଗ୍ରାମର ୬, ୭ ଓ ୮ ନମ୍ବର ୱାର୍ଡରେ ଯଥାକ୍ରମେ ୧୨୪, ୧୬୧ ଓ ୭୨ ଖଣ୍ଡ ମତଦାନ ହୋଇଛି । ସେହିପରି ନୂଆଁ ଦଦରାଖୋଲ ଗ୍ରାମ ର ୯, ୧୦ ଓ ୧୧ ନମ୍ବର ୱାର୍ଡରେ ଯଥାକ୍ରମେ ୧୦୫, ୧୨୪ ଓ ୮୯ ଖଣ୍ଡ ମତଦାନ ହୋଇଥିବା ବେଳେ ପୁରୁଣା ଦଦରାଖୋଲ ଗ୍ରାମଏ ୧୨ ଓ ୧୩ ନମ୍ବର ୱାର୍ଡରେ ୧୧୨ ଓ ୭୬ ଖଣ୍ଡ ମତଦାନ ହୋଇଛି । ଆସନ୍ତା କାଲି ସକାଳ ୮ ଘଣ୍ଟାରୁ ବ୍ଲକ ଅଫିସରେ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି ।


