ମୋହନା ପୋଲିସ ଦ୍ୱାରା ନାବାଳକ ଉଦ୍ଧାର

ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପଞ୍ଚାଆମ୍ବର ଘାଇସାହିର ଜଣେ ନାବାଳକ ନିଖଜ ନେଇ ନିଜ ମା ମୋହନା ଥାନାରେ ଅଭିଯୋଗ କରିଥିଲେ | ନିଜ ଗ୍ରାମର ଡ଼ମ୍ବିର ନାୟକ ନାମରେ ମୋହନା ପୋଲିସରେ ଅଭିଯୋଗ ପରେ ଉକ୍ତ ୧୪ବର୍ଷ ର ନାବାଳକ ମୋବାଇଲ ନଂ ପାଇବା ପରେ ତଦନ୍ତ ଆରମ୍ଭ କରି ଆଜି ଉକ୍ତ ନାବାଳକକୁ ଉଦ୍ଧାର କରାଯାଇଛି | ନିଜ ମାଉସୀ ଘରେ ଯାଇ ରହିଥିଲେ, ନିଜ ମା ଙ୍କ ଉପରେ ରାଗି ଯାଇ ଚାଲିଯାଇଥିଲେ | ନିଜ ମା ଜାଣିଥିଲେ ତାଙ୍କ ପୁଅ ତାଙ୍କ ମାଉସୀ ଘରେ ଥିବାର ତାଙ୍କୁ ମିଶିବା ପାଇଁ ମଧ୍ୟ ଦୁଇ ଥର ଯାଇଥିଲେ | ସେ ନ ଆସିବାରୁ ମିଥ୍ୟ ଅଭିଯୋଗ କରି ଥିଲେ ଡ଼ମ୍ବୁର ନାୟକ ନାମରେ | ପ୍ରକାଶ ଥାଉକି ଏଭଳି ମିଥ୍ୟ ଗୁଜବ କରାଇ ପୋଲିସର ସମୟ ନଷ୍ଟ କରିବା ସହ ଅନ୍ୟ ଜଣ ଙ୍କ ଉପରେ ଅଭିଯୋଗ କରିବା ଠିକି ନୁହଁ ବୋଲି ବୁଦ୍ଧିଯିବିମାନେ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ