ବି.୧.୧.୭ ଭୁତାଣୁ ଶରୀର ମଧ୍ୟରେ କରୋନା ଅପେକ୍ଷା ୭୦ ଗୁଣ ବେଗରେ ବ୍ୟାପେ

ବୁଗୁଡା,(ଅନିଲ କୁମାର ମହାରଣା): କରୋନା ଭୁତାଣୁ ଅପେକ୍ଷା ବି.୧.୧.୭ ଭୁତାଣୁ ୭୦ ଗୁଣ ବେଗରେ ଶରୀର ମଧ୍ୟରେ କାୟା ବିସ୍ତାର କରିପାରୁଛି। ଅର୍ଥାତ କରୋନା ଭୁତାଣୁ ୭୦ ଘଣ୍ଟାରେ ଯେଉଁ କ୍ଷତି ଘଟାଉଥିଲା ବି.୧.୧.୭ ଭୁତାଣୁ ମାତ୍ର ଏକ ଘଣ୍ଟାରେ ସେହି କ୍ଷତି ଘଟାଇ ପାରୁଛି। କରୋନା ଭୁତାଣୁର ନୂତନ ସୋପାନ ଦ୍ରୁତ ଗତିରେ କାୟା ବିସ୍ତାର କରିବା ସହ ସଂକ୍ରମଣ ପ୍ରଣାଳୀ ମଧ୍ୟ ବାରମ୍ବାର ବଦଳାଉଛି। ଏହି ପ୍ରାଣନାଶକ ଭୁତାଣୁ ଅତ୍ୟନ୍ତ ମାରାତ୍ମକ ହୋଇଥିବା ବେଳେ ସତର୍କତା ଓ ଟୀକା କରଣ ଏକମାତ୍ର ଉପାୟ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛନ୍ତି। ଏହି ମାରାତ୍ମକ ପ୍ରାଣନାଶକ ମହାମାରୀ ଭୁତାଣୁ ଇଂଲଣ୍ଡରେ ବ୍ୟାପିବା ଆରମ୍ଭ ହୋଇଥିବା ଯୋଗୁଁ ଭାରତ ସରକାର ଇଂଲଣ୍ଡ ଓ ଭାରତ ମଧ୍ୟରେ ବାୟୁସେବା ବାତିଲ କରିଛନ୍ତି। ଦକ୍ଷିଣ-ପୂର୍ବ ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ପ୍ରତିଶତ ରୋଗୀଙ୍କ ଠାରେ ଏହି ନୂତନ ବି.୧.୧.୭ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଇଂଲଣ୍ଡ ସରକାର ଦେଶରେ ବଡଦିନ ଉତ୍ସବ ପାଳନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ଦୁଇ ଜଣଙ୍କ ନିକଟରେ ଏହି ବି.୧.୧.୭ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। ଦକ୍ଷିଣ ଆଫ୍ରିକା, ଇଟାଲି, ସ୍ପେନ ଓ ୟୁରୋପୀୟ ରାଷ୍ଟ୍ରର କିଛି ଅଂଶରେ ବର୍ତ୍ତମାନ ସୁଦ୍ଧା କରୋନା ଭୟ  ଲାଗିରହିଛି। ଆମ ଦେଶରେ କରୋନା ସଂକ୍ରମଣ ବହୁତ କମି ଥିଲେ ମଧ୍ୟ କେରଳ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୪୨୩ ଜଣ କରୋନା ଚିହ୍ନଟ ହେବା ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଆମ ଦେଶରେ ଖୁବ ଶୀଘ୍ର କୋଭିଡ – ୧୯ ଟୀକା ପହଞ୍ଚିବା ଏକ ଶୁଭ ସଂକେତ ଅଟେ। ଟୀକା ପହଁଚିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କତା ଏକମାତ୍ର ଉପାୟ। ଆମ ଓଡ଼ିଶା ରାଜ୍ୟ ସରକାର ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ଓ ସାବୁନ ବା ହେଣ୍ଡୱାସ ଦ୍ୱାରା ବାରମ୍ବାର ହାତ ସଫା କରିବା ପାଇଁ ସର୍ବଦା ଜନସଚେତନତା କରୁଥିଲେ ମଧ୍ୟ ଲୋକମାନେ କରୋନା ସଂକ୍ରମଣ କଥା ସମ୍ପୂର୍ଣ୍ଣ ଭୁଲିଗଲେଣି। ରାଜ୍ୟ ସରକାରଙ୍କ ନିୟମ ଠାରୁ ଦୁଇପାଦ ଆଗୁଆ ହୋଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ରାଜ୍ୟ ଆଇନ ସହ ବ୍ୟବସାୟୀଙ୍କ ପ୍ରତି ପଞ୍ଚସୁତ୍ରୀ ଆଇନ ବଳବତ୍ତର ରଖିଥିଲେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି.୧.୧.୭ ଭୁତାଣୁ ସଂକ୍ରମଣ ରୁ ରକ୍ଷା ପାଇବା ସତର୍କତା ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜନସାଧାରଣ ଓ ବ୍ୟବସାୟୀମାନେ ସରକାରଙ୍କ କରୋନା ନିୟମକୁ ସମ୍ମାନ ଜଣାଇ ସାମାଜିକ ଦୂରତା, ନିୟମିତ ହାତ ଧୁଆ ଓ ମାସ୍କ ପିନ୍ଧିବା ବଜାୟ ରଖିଲେ କରୋନାର ନୂଆଁ ରୂପକୁ ଆମ ଦେଶରେ ରୋକି ପାରିବା। ସମ୍ପୂର୍ଣ୍ଣ ଟୀକା କରଣ ପର୍ଯ୍ୟନ୍ତ ଜନସାଧାରଣ କୋଭିଡ ୧୯ ଆଇନ ମାନି ଚଳିବା ଜରୁରୀ, ଏଥିରେ ସନ୍ଦେହ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ