ଜିଲ୍ଲା ସମ୍ମିଳନ କାର୍ଯ୍ୟଯୋଜନା ଚୂଡାନ୍ତ କମିଟି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା):   ମା ର କଷାକ୍ଷୀର ନବଜାତ ଶିଶୁ ସେବନ କଲେ ଶିଶୁର ସ୍ବାସ୍ଥ୍ୟ ଉତ୍ତମ ରହିବା ସହିତ ଶିଶୁର ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ  । ଏଣୁ ଏହି କଷାକ୍ଷୀରକୁ ନ ଫୋପାଡି ଶିଶୁକୁ ସେବନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଆଜି ଜିଲ୍ଲା ସମ୍ମିଳନୀ କକ୍ଷ ଠାରେ ଯୋଜନା ଚୂଡାନ୍ତ କମିଟି ବୈଠକରେ ମତ ପ୍ରକାଶ ପାଇଛି  । ଜିଲ୍ଲାପାଳ ଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜଣାଇଥିଲେଯେ ଜିଲ୍ଲାର  ଶିଶୁ ମାନଙ୍କୁ ଠିକ୍ ରୂପେ ପ୍ରତିଷେଧକ ପ୍ରତିରୋପଣ ହୋଇଥିବା ହେତୁ ଶିଶୁଗଣ କରୋନା ସଂକ୍ରମଣରୁ ରକ୍ଷାପାଇଛନ୍ତି  । ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା କୁପୋଷଣର ଶିକାର ହେବେ ନାହିଁ  । ଶିଶୁ ଜନ୍ମ ପରେ ଉଭୟ ଶିଶୁ ଓ ମା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିବ ସେ ଦିଗରେ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କରିବା ଦିଗରେ ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ଯତ୍ନବାନ ହେବାକୁ କହିଥିଲେ  । ଗର୍ଭବତୀ ମହିଳା ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦିଗରେ ଡାକ୍ତରଗଣ ଯତ୍ନବାନ ହେବା ଜରୁରୀ  । ଆଶାଦିଦି କେବଳ ସେବା ଯୋଗାଇ ଦେଇଥାଏ  । ଗର୍ଭବତୀ ମହିଳା ମାନଙ୍କର ପଞ୍ଜିକରଣ ସମୟରେ ସେମାନଙ୍କୁ ଡାକ୍ତର ମାନଙ୍କର ନମ୍ବର ପ୍ରଦାନ କରାଗଲେ ଗର୍ଭବତୀ ମହିଳା ଙ୍କ ସ୍ବାସ୍ଥ୍ୟଜନୀତ ସମସ୍ୟା ଦେଖାଗଲେ ଡାକ୍ତରଙ୍କୁ ଫୋନ୍ କରି ପରାମର୍ଶ ନେଇପାରିବେ  । ଜିଲ୍ଲାରେ ଆସନ୍ତା ମାସ ଠାରୁ ପୋଷଣ ପୁସ୍ତିକା କାର୍ଯ୍ୟକାରୀ କରାଯିବ  । ସମସ୍ତ ଶିଶୁ ଓ ମା ମାନଙ୍କୁ  ଚଳିତ ମାସରେ ପୋଷଣ ପୁସ୍ତିକା ବଣ୍ଟନ କରାଯିବ  । ସେଥିରେ ସେମାନଙ୍କର ତଥ୍ୟ ରହିବ ଏବଂ ସେମାନଙ୍କୁ ପ୍ରଦାନ କରାଯାଇଥିବା ପୁଷ୍ଟିକର ଖାଦ୍ୟର ତଥ୍ୟ ମଧ୍ୟ ଲେଖାଯିବ  । ଏହାଦ୍ବାରା ସ୍ବଚ୍ଛତା ବଜାୟ ରହିବା ସହିତ ପୁଷ୍ଟିକର ଖାଦ୍ୟ ବଣ୍ଟନ ଦିଗରେ ହେଉଥିବା ଅଭିଯୋଗ ହେବନାହିଁ  ।କରୋନା ସମୟରେ ସୁପରଭାଇଜ୍ ଓ ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀଗଣ ଯେଉଁଭଳି ସେବା ଯୋଗାଇ ଦେଇଥିଲେ ସେଥି ସକାଶେ ସେମାନଙ୍କୁ ଜିଲ୍ଲାପାଳ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ  । ସମନ୍ବୀତ ଶିଶୁ ବିକାଶ ଅଧିକାରୀଗଣ ୫୦ ପ୍ରତିଶତ ସମୟ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ  । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରି ଦେଖନ୍ତୁ  । ଶିଶୁଗଣ ଅଙ୍ଗଓ୍ବାଡି କେନ୍ଦ୍ରରେ ସମୟ ବିତାଇବାକୁ ଯେପରି ଆଗ୍ରହ ପ୍ରକାଶ କରିବେ ସେହିଭଳି ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକୁ ସଜାଇବାକୁ କହିଥିଲେ  । ମୋ ଗେହ୍ଲାଝିଅ, ମୋ କଢୀ, ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜଣାଇ ଦିଆଯାଇଥିଲା  । ମିଶନ୍ ଶକ୍ତି ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ଆବଶ୍ୟକ ଋଣ ପ୍ରଦାନ କାର୍ଯ୍ୟରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ  ।ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଜନସ୍ବାସ୍ଥ୍ୟ ବିଭାଗ ଡା ସନ୍ତୋଷ କୁମାର ପାଢୀ, ଯୋଗାଣ ଅଧିକାରୀ ପୁଷାମୁଣ୍ଡା,   ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ୍ ର ଡିଡିଏମ୍ ପ୍ରଫୁଲ୍ଲ କୁମାର ପାତ୍ର, ଜିଲ୍ଲାର ସମସ୍ତ ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ