ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତ ପ୍ରାର୍ଥୀ ନିର୍ବାଚିତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟିର କର୍ମକର୍ତ୍ତା ନିର୍ବାଚନ ବୁଧବାର ସ୍ଥାନୀୟ ପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଚିକିଟି ଜଳସେଚନ ବିଭାଜନ ନିର୍ବାହୀଯନ୍ତ୍ରୀ ଇଂ . ଦିଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିର୍ବାଚନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର , କନିଷ୍ଠ ଯନ୍ତ୍ରୀ କ୍ଷିରୋଦ ବେହେରା , ପଦ୍ମନାଭପୁୁର ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପୂର୍ବତନ ପାଣି ପଞ୍ଚାୟତ ସଭାପତି ବିଦ୍ୟାଧର ମହାପାତ୍ର ଓ ୨୧ ଗୋଟି ପାଣି ପଞ୍ଚାୟତ ନବ ନିର୍ବାଚିତ କର୍ମକର୍ତ୍ତା ଓ ଚାଷୀମାନଙ୍କ ଉପସ୍ଥିତିରେ ଏହି ନିର୍ବାଚନ କୋଭିଡ-୧୯ ର ସମସ୍ତ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଖବରପ୍ରକାରେ , ଘୋଡାହଡ ଶୀର୍ଷ କମିଟିର ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟ କୈାଣସି ଚକ କମିଟି କାର୍ଯ୍ୟକର୍ତ୍ତା ପ୍ରାର୍ଥୀପତ୍ର ଦାଖଲ ନ କରିବାରୁ ସମସ୍ତ ପ୍ରାର୍ଥୀଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶୀର୍ଷକ କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ କମିଟି ରୂପେ ୯ ଜଣଙ୍କୁ ନିର୍ବାଚିତ କରାଯାଇଥିବା ବେଳେ ଏହି ୯ ଜଣ ମଧ୍ୟରୁ ଚକ କମିଟି ସଭାପତି ଭାବେ ରମେଶ ଚନ୍ଦ୍ର ପାତ୍ର , ସମ୍ପାଦକ ଭାବେ କୀର୍ତ୍ତିଚନ୍ଦ୍ର ଗୌଡ ଓ କୋଷାଧକ୍ଷ ଭାବେ ରାମନାଥ ବିଷୋୟୀଙ୍କୁ ମନୋନୀତ କରାଯାଇ ସମସ୍ତ ପାଣି ପଞ୍ଚାୟତ କର୍ମକର୍ତ୍ତା ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶୀର୍ଷ କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ଏମ୍ . ସହଦେବ ରେଡ୍ଡୀ , ଏମ୍ .ଦଣ୍ଡପାଣି ପାତ୍ର , ଏ .ପ୍ରସାଦ ରାଓ , କିଶୋର ଚନ୍ଦ୍ର ଶର୍ଦ୍ଧାର , ସୁବାଷ ଚନ୍ଦ୍ର ପ୍ରଧାନ , ରୀନା ହୋତା , ରାମନଥ ବିଷୋୟୀ , କୀର୍ତ୍ତିଚନ୍ଦ୍ର ଗୌଡ ଓ ରମେଶ ପାତ୍ର ରହିଥିବା ଜଣାପଡିଛି । ଏଥିସହ ନବ ନିର୍ବାଚିତ ସଦସ୍ୟ ଓ ଜଳସେଚନ ବିଭାଗ ପକ୍ଷରୁ ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ରଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମସ୍ତ ନବ ନିର୍ବାଚିତ ସଦସ୍ୟ ଓ ୨୧ ଟି ପାଣି ପଞ୍ଚାୟତ ସଦସ୍ୟ ଏବଂ ସମସ୍ତ ଚାଷୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭାଇଚାରା ମନୋଭାବ ପୋଷଣ କରି ମିଳିତଭାବେ କାମ କରିବା ପାଇଁ ଶପଥ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ ଓ ପୂର୍ବତନ ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ପହଞ୍ଚି ନବ ନିର୍ବାଚିତ ସଭାପତି ଶ୍ରୀ ପାତ୍ର , ସଂପାଦକ ଶ୍ରୀ ଗୈାଡ ଏବଂ କୋଷାଧ୍ୟକ୍ଷ ଶ୍ରୀ ବିଷୋୟୀଙ୍କୁ ସ୍ବାଗତ ଜଣାଇ ସମ୍ମାନିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିମଖଣ୍ଡିପେଣ୍ଠ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ସମିତି ସଭ୍ୟ ପ୍ରତିନିଧି ରାଧାକାନ୍ତ ମହାଙ୍କୁଡ , ବ୍ଲକ ବିଜେଡି ଯୁବ ସଭାପତି ଚିତ୍ରସେନ ଗୈାଡ , ବି.ତୁରୁବୁଡି ପଞ୍ଚୟତ ପୂର୍ବତନ ସରପଞ୍ଚ କେ.ସଞ୍ଜୀବ ରେଡ୍ଡୀ ଓ ଘୋଡାହଡ ଜଳସେଚନ ପ୍ରକଳ୍ପ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତି , ବିରକିଶୋର ରାଉତ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ