ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି, ପୁଲିସ ଓ ଅବକାରୀ ବିଭାଗ ନିରବଦ୍ରଷ୍ଟା

ହାଟଡ଼ିହି,( ବିକାଶ ବିଶ୍ୱାଳ): ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ମଦକାରବାର ବୃଦ୍ଧି ପାଇଛି । ସୋସୋ ଥାନା ଓ ନନ୍ଦିପଦା ଥାନା, ଆନନ୍ଦପୁର ଥାନା ପକ୍ଷରୁ ସେପରିକିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଦେଶୀ ଓ ବିଦେଶୀ ମଦର ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର, ଅନ୍ଧାରୀ, ଜଡାବାଙ୍କ, ଢ଼େଙ୍କା ପଞ୍ଚାୟତର ପୁରୁଣାପାଣି, ଡେଙ୍ଗାଚୁଆ, କାଳିଆମ୍ବ, ପଥରପଦା, ଢ଼େଙ୍କା ହାଟସାହି, ଅସନଗଡିଆ ମାଝୀସାହି, ସୋସୋ ପଞ୍ଚାୟତର ଭଅଁରପୁର, ସଢ଼ା ପଞ୍ଚାୟତର ଶିଳପୋଖରୀ, ବାଲିବରେଇ ପଞ୍ଚାୟତର ଟିଲଗଡିଆ, ବିଣାପାଟିଆ, ହଦଗଡ ପଞ୍ଚାୟତର ହାଟସାହି, ଡଅଁର ପଞ୍ଚାୟତର ସରଳା ଆଦି ଗ୍ରାମ ମାନଙ୍କରେ ଦେଶୀମଦ ପ୍ରସ୍ତୁତି କରାଯାଇ ବ୍ଲକର ବିଭିନ୍ନ ଗ୍ରାମ ସହିତ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବାବେଳେ ଅନେକ ଗ୍ରାମରେ ଏହା ଏବେ କୁଟୀର ଶିଳ୍ପରେ ପରିଣତ ହେଲାଣି । ଏପରିକି ଏହାକୁ ଅଧିକ ନିଶାଯୁକ୍ତ କରିବାକୁ ରାସାୟନିକ ସାମଗ୍ରୀ ମିଶାଯିବା ସହ ନକଲି ଗୁଡରେ ପ୍ରସ୍ତୁତି କରାଯାଉଥିବାରୁ ଏହା ଅଧିକ ବିଶାକ୍ତ ହୋଇପଡୁଛି । ଯାହାଦ୍ୱାରାକି ସ୍ଥାନୀୟ ଲୋକମାନେ ଏହାକୁ ପିଇ ବିଭିନ୍ନ ରୋଗର ଶୀକାର ହୋଇ ବହୁ କମ ବୟସରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଗତ କିଛିଦିନ ଭିତରେ ଉପରୋକ୍ତ ଗ୍ରାମ ମାନଙ୍କରେ ୫୦ରୁ ଉର୍ଦ୍ଧ ମୃତ୍ୟୁମୁଖରେ ପଡିଥିବା ନଜିର ଅଛି । ଅନ୍ଧାରୀ, ଡେଙ୍ଗାଚୁଆ, ଶିଳପୋଖରୀ, ଭଅଁରପୁର ଆଦି ଗ୍ରାମରେ ଏହା କୁଟୀର ଶିଳ୍ପରେ ପରିଣତ ହୋଇ ଗଲାଣି । ଅନ୍ଧାରୀରେ ଏହି ମଦପାଇଁ ନିୟମିତ ଭାବେ ବିଭିନ୍ନ ଗଣ୍ଡଗୋଳ ଘଟି ଅନେକ ଅଘଯଣ ମାନ ଘଟୁଥିବା ନେଇ ଅଭିଯୋଗ ହେଉଛି । ସେହିପରି ବଉଳା ଠାରୁ ଶାଳଣିଆଁ ପର୍ଯ୍ୟନ୍ତ ସବୁ ଛକ ବଜାର ମାନଙ୍କରେ ଖୁଲାମଖୁଲା ବିଦେଶୀ ମଦର ଚୋରା କାରବାର ବଢ଼ି ବଢ଼ି ଚାଲିଛି । ପ୍ରତିଦ୍ୱନ୍ଦିତା ଭିତ୍ତିରେ ଏହା କରାଯାଉଥିବାରୁ ଯୁବପିଢ଼ୀ ବିପଥଗାମୀ ହେଉଛନ୍ତି । ନା ପୁଲିସ ଚଢ଼ାଉ ପାଇଁ ଭୟ ଅଛି ନା ଅବକାରୀ ବିଭାଗ । ପୁଲିସ ଏହି ଚୋରା ବେପାରୀ ମାନଙ୍କ ପାଖରୁ ବଟିନେଇ ଚୁପ ହୋଇ ବସି ରହୁଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ପ୍ରାୟତ କୌଣସି ପଦକ୍ଷେପ ନିଆଯାଉ ନାହିଁଁ । ଫଳରେ ଖୁଲାମଖୁଲା ଏହି ଚୋରା କାରବାର ବୃଦ୍ଧି ପାଉଥିବାବେଳେ ବିଭିନ୍ନ ଛକ ବଜାର ଓ ଗାଁ ମାନଙ୍କରେ ଏହି ମଦ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ଚାଲିଛି । ଟୁକୁଣା ବଜାର, ବରାଙ୍ଗ ଛକ, ସମଣା, ଅଢ଼େଇଦ୍ୱାର, ମତାବାଜ, ଗେଡମା, ଆଦି ସ୍ଥାନ ମାନଙ୍କରେ ଖୁଲାମଖୁଲା ଚୋରା ମଦ ବେପାର ଚାଲିଥିବାବେଳେ ନିୟମିତ ବିଶୃଙ୍ଖଳାମାନ ସୃଷ୍ଟି ହୋଇ ଆଇନି ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି ଶାଳଣିଆଁରେ ଥିବା ଜଣେ ମଦବ୍ୟବସାୟୀ ବିଭିନ୍ନ ସ୍ଥାନରେ ମଦ ଗଚ୍ଛିତ ରଖି ଗାଁ ଗହଳିରେ ବିକ୍ରୀ କରୁôତବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ