ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ତଥା ପୌରପାଳିକା ୫ ନଂ ୱାର୍ଡ ଆଜାଦବସ୍ତି ଠାରେ ରହୁଥିବା ଅଶୋକ ଶର୍ମାଙ୍କ ବୋହୂ ସୀମଲ ଶର୍ମା (୨୧)ଙ୍କ ମୃତଦେହ ଉଦ୍ଧାର ହେବାପରେ ମୃତା ବୋହୂଙ୍କ ବାପଘର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ଯୋଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ମୃତା ସୀମଲ ଶର୍ମା ୨୦୧୯ ନଭେମ୍ବର ୩୦ ତାରିଖରେ ଯୋଡା ଠାରେ ରହୁଥିବା ଅଶୋକ ଶର୍ମାଙ୍କ ପୁଅ ଅଭିଷେକ ଶର୍ମାଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବାହାଘରର କିଛିଦିନ ପରେ ଝିଅ ସିମଲ ଶର୍ମାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଇଥିଲା ଏବଂ ଜ୍ୱାଇଁ ଅଭିଷେକ ଶର୍ମା ଅନ୍ୟଜଣେ ଝିଅଙ୍କ ସହ ପରକୀୟ ପ୍ରୀତି ରହିଥିବା ଜାଣିବାକୁ ପାଇଥିଲେ । ସୀମଲ ଶର୍ମା ଏହାକୁ ବିରୋଧ କରୁଥିବାରୁ ତାଙ୍କୁ ଜୀବନରେ ମାରିଦିଆଯାଇଥିବା ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ବୁଧବାର ସନ୍ଧ୍ୟା ୬ଟା ସମୟରେ ଓଢଣୀରେ ଫାଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳକୁ ବଡବିଲ ଏସଡିପିଓ ହିମାଂଶୁ ବେହେରା, ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ଘଟଣାସ୍ଥଳରେ ପହଞ୍ôଚ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରି ଶବକୁ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇ ଅଭିଯୋଗ ଅନୁଯାୟୀ ମାମଲା ୧୮୬/୨୦ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ