ଘଟଗାଁରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଘଟଗାଁ,(ୱାଇଏନ୍ଏସ୍): ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡି ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସାରା ରାଜ୍ୟରେ ବିଭିନ୍ନ ବିଜେଡି ଦଳ ୨୪ତମ ପ୍ରତିଷ୍ଠା ଦିବସ ପାଳନ ଦିବସ ଅନୁଷ୍ଟିତ ହୋଇଯାଇଛି । ସେହିପରି ଘଟଗାଁରେ ମଧ୍ୟ ବିଜୁ ଜନତା ଦଳର କର୍ମକର୍ତା ମାନଙ୍କୁ ନେଇ ମାନ୍ୟବର ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ଘଟଗାଁ ବଏଜ୍ ହାଇସ୍କୁଲ୍ ମିଡି ଷ୍ଟାଡିୟମ୍‌ରେ ମଧ୍ୟ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀଯୁକ୍ତ ପାତ୍ର ସଭା ମଂଚରେ ସ୍ୱର୍ଗତଃ ବିଜୁ ବାବୁଙ୍କର ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତତ୍‌ପରେ ପ୍ରତିଷ୍ଠା ଦିବସ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କୋଭିଡ-୧୯ ନିୟମ ଯୋଗୁଁ କେବଳ ଦଳିୟ କର୍ମକର୍ତା ମାନଙ୍କୁ ଡକାଯାଇଥିଲେ ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ହଜାର ସଂଖ୍ୟାରେ ଘଷିପୁରା ନିର୍ୱାଚନ ମଣ୍ଡଳୀର ବିଜେଡି ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମ଼ଣ୍ଡିତ କରିଥିଲେ । ତେବେ ମାନ୍ୟବର ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ମହୋଦୟ ଆଜି ସମସ୍ତ କର୍ମୀ ଏବଂ ପ୍ରତ୍ୟେକ ଜନସାଧାରଣଙ୍କୁ ବିଜେଡି ଦଳର କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ । ଅନ୍ୟପକ୍ଷରେ ଶ୍ରୀଯୁକ୍ତ ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ପ୍ରତ୍ୟେକଟି ଲୋକହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଆହୁରି ମଧ୍ୟ ମାନ୍ୟବର ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲୋକମାନଙ୍କ ପାଇଁ କଣ କଣ ସବୁ ଯୋଜନା ତିଆରି କରିଛନ୍ତି ସେ ବିଷୟରେ ଅବଗତ କରାଇବା ସହିତ ଆଗାମୀ ଦିନରେ ଆସୁଥିବା ନିର୍ବାଚନ ଗୁଡିକରେ ବିଜେଡି ଦଳକୁ କିପରି ସୁଦୃଢ କରାଯିବ ସେ ବିଷୟରେ ମଧ୍ୟ ଲୋକମାନଙ୍କୁ ଭାଷଣ ମାଧ୍ୟମରେ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ