ବନ୍ତରେ ସିପିଆଇର ପ୍ରତିଷ୍ଠା ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବଜାର ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ନିରାଡମ୍ବର ସଭାରେ ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସହ ସଂପାଦକ ପରମେଶ୍ୱର ବାରିକ, ନିରଂଜନ ନାୟକ, ସୁବାଷ ବେହେରା, ପ୍ରାକ୍ତନ ସରପଞ୍ଚ ଅଭିମନ୍ୟୁ ଜେନା, ସମିତି ସଭ୍ୟ ରତିକାନ୍ତ ଜେନା, କୃଷକ ନେତା କିଶୋର ବେହେରା, ଅରୁଣ ରାଉତ, ନିରଂଜନ ଲେଙ୍କା, ପର୍ଶୁରାମ ସ୍ୱାଇଁ, ପଞ୍ଚାନନ ସେଠୀ, କୈଳାସ ଜେନା, ଅନନ୍ତ ମହାରଣା, ପ୍ରାକ୍ତନ ବ୍ଲକ୍ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ମହିଳା ନେତ୍ରୀ ମାଳତୀଲତା ଜେନା, ବିଷ୍ଣୁ ଚରଣ ଜେନା, କୃଷ୍ଣ ଚନ୍ଦ୍ର ଜେନା, ନାରାୟଣ ସ୍ୱାଇଁ ଯୋଗ ଦେଇ ପ୍ରତିଷ୍ଠା ଦିବସ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସିପିଆଇର ସାଥୀ ଓ ସମର୍ଥକ ମାନେ ହାତରେ ବ୍ୟାନର ଓ ପତାକା ଧରି ବଜାର ପରିକ୍ରମା କରିଥିଲେ ।


