ବିଜେପୁର ଉପନିର୍ବାଚନ : ବିଜେପୁରରେ ନବୀନ-କେନ୍ଦ୍ରୀୟ ନେତା ମୁକାବିଲା୪୦ ଜଣିଆ ପ୍ରଚାର ତାଲିକାରେ ନଡା, ଧର୍ମେନ୍ଦ୍ର, ମନମୋହନ ସିଂହ, ରାହୁଲ, ପ୍ରିୟଙ୍କା ବି ସାମିଲ

ଭୁବେନଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ୪୦ ଜଣିଆ ପ୍ରଚାରକ ତାଲିକା ଘୋଷଣା ପୂର୍ବରୁ କଞ୍ଚାମାଲ ଯୋଗାଇବା ପାଇଁ ଯେପରି ଅସୁବିଧା ନ କରିଛନ୍ତି । ବିଜେପି ଓ କଂଗ୍ରେସରେ ଉଭୟ ଜାତୀୟ ଓ ରାଜ୍ୟ ସ୍ତରର ବହୁ ହେଭୱେଟ୍ ନେତା ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ନାରେ ରଖି ଲଢିବ । ବିଜେପି କାର‌୍ୟ୍ୟକାରୀ ସଭାପତି ଜଗତ ପ୍ରକାଶ ନଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ରାହୁଲ ଓ ପ୍ରିୟଙ୍କାଙ୍କ ନାମ କଂଗ୍ରେସ ତାଲିକାରେ ରହିଛି ।
ତେବେ ଏମାନଙ୍କ ମଧ୍ୟରୁ କେଉଁମାନେ ବିଜେପୁର ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ଉପନିର୍ବାଚନ ପ୍ରଚାରକୁ କିନ୍ତୁ ନବୀନ ଓହ୍ଲାଇବେ । ୧୭ ଓ ୧୮ ତାରିଖ ଦୁଇଦିନ ପ୍ରଚାର ପାଇଁ ଆପାତତଃ ସ୍ଥିର କରାଯାଇଛି । ବିଜେଡିର ତାରକା ପ୍ରଚାରକମାନେ ହେଲେ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର‌୍ୟ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ନବକିଶୋର ଦାସ, କିଶୋର କୁମାର ମହାନ୍ତି, ଅତନୁ ସବ୍ୟସାଚ୍ଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ବିଜୟ ରଞ୍ଜନ ସିଂହ ବରିହା, ପ୍ରଣବ ପ୍ରକାଶ ଦାସ, ରମେଶ ଚନ୍ଦ୍ର ମାଝୀ, ଅନୁଭବ ମହାନ୍ତି, ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର, ପଦ୍ମିନୀ ଦିଆନ, ସ୍ନେହାଙ୍ଗିନୀ ଛୁରିଆ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖଙ୍କ ନାମ ରହିଛି ।
ବିଜେପିର ତାରକା ପ୍ରଚାରକମାନେ ହେଲେ ଜଗତ ପ୍ରକାଶ ନଡା, ଅରୁଣ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷ?ଙ୍ଗୀ, ଗିରିଧର ଗମାଙ୍ଗୋ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ମନୋଜ ତିୱାରୀ, ବସନ୍ତ କୁମାର ପଣ୍ଡା, ବିଜୟ ମହାପାତ୍ର, ପ୍ରଦୀପ୍ତ ନାୟକ, କେ ଭି ସିଂହଦେଓ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ନୀତେଶ ଗଙ୍ଗଦେବ, ଜୟ ନାରାୟଣ ମିଶ୍ର, ପ୍ରଦୀପ୍ତ ପୁରୋହିତ, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ରବି ନାରାୟଣ ନାୟକ, ରାଧାରାଣୀ ପଣ୍ଡା, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ, ପ୍ରମୁଖ ।
କଂଗ୍ରେସ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଜୀତେନ୍ଦ୍ର ସିଂହ, ଟି ଏସ୍ ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭୂପେଶ ବାଘେଲ, ଆର୍ ସି ଖୁଣ୍ଟିଆ, ଆନନ୍ଦ ଶର୍ମା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ୍, ମନିଷ ତିୱାରୀ, ଜି ରୁଦ୍ର ରାଜୁ, ଅନିଲ ଚୌଧୁରୀ, ମସ୍ତାନ ଭାଲି, ଆଦିତ୍ୟ ଶର୍ମା, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ରଞ୍ଜୀବ ବିଶ୍ୱାଳ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ପ୍ରମୁଖ ସ୍ଥାନ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ