ଶତାୟୁ ମହିଳାଙ୍କ ପରଲୋକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାପ୍ତାହିକ ଖବରକାଗଜ ବଜ୍ରକୀଳା ସମ୍ପାଦକଙ୍କ ସହଧର୍ମିଣୀ ସୁପ୍ରଭା ଶତପଥୀଙ୍କ ଜେଜେ ମାଆ ୰ ଆଶାଦିବ୍ୟା ଶତପଥୀଙ୍କର ୧୦୨ ବର୍ଷ ବୟସରେ ଗତ ୨୬.୧୨.୨୦୨୦ରିଖ ଶନିବାର ଦିବା ୧୨ ଟା ୫୦ ମିନିଟ୍‌ରେ ରସୁଲପୁର ବ୍ଲକ, ଶୂଳିଆ ଗ୍ରାମରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇପୁଅ ସହଦେବ ଓ ଗଣନାଥ, ଦୁଇ ବୋହୁ, ଝିଅ, ନାତି, ନାତୁଣୀ ଉପସ୍ଥିତ ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଥିଲା । ତାଙ୍କ ଅନ୍ତିମ ଯାତ୍ରାରେ ପରିବାର ବ୍ୟତୀତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ମହିଳା ଥିଲେ । ଅବିଭକ୍ତ କଟକ ଜିଲ୍ଲାର ଯାଜପୁରର ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇ ସେ ଚାଷୀମାନଙ୍କୁ ସାଙ୍ଗରେ ଧରି ୧୯୮୩ ମସିହାରେ ଦିଲ୍ଲୀ ଯାଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ