ବିଜେଡ଼ି ପ୍ରତିଷ୍ଠା ଦିବସରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା ; ଦିଗପହଣ୍ଡି ରେ ବିଜେଡ଼ି ୨ ଭାଗ କର୍ମୀ ଦ୍ଵନ୍ଦରେ ସଭା ବର୍ଜନକଲେ ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ବିବାଦ କାରଣରୁ ସଭା କୁ ଗଲେନି ବହୁ ବରିଷ୍ଠ ସଦସ୍ୟ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସହରରେ ଶନିବାର ବିଜେଡ଼ି ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି।ପ୍ରତିପକ୍ଷ ଦୁଇ ଗୋଷ୍ଠୀ ଙ୍କ ପକ୍ଷରୁ ସମାନ୍ତରାଳ ସଭା , ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଉଭୟ ଗୋଷ୍ଠୀ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରତିଯୋଗିତା ରେ ଅବତୀର୍ଣ୍ଣ ହୋଇଥିଲେ। ଫଳରେ ବିଜେଡ଼ି ଦୁଇ ଭାଗ ହୋଇଯାଇଥିବା ନେଇ ଚାହା ଖଟି ଠାରୁ ଆରମ୍ଭ କରି ଦୋକାନ ବଜାର ରେ ଆଜି ଦିନସାରା ଚର୍ଚ୍ଚା ଲାଗିରହିଥିଲା। ସ୍ଥାନୀୟ ଘୋଡାହାଡ଼ ପାଣି ପଞ୍ଚାୟତ ସଭା ଗୃହରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଭାର ଆୟୋଜନ କରିଥିଲେ।ସଭା ପୂର୍ବରୁ ସ୍ଥାନୀୟ ପୁଞ୍ଜିକଁୟା ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପୂର୍ନା ବ ୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ଆୟୋଜିତ ସଭାରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଉପାଧ୍ୟକ୍ଷ ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ବିଜେଡ଼ି ଗଞ୍ଜାମ ଜିଲା କମିଟି ସମ୍ପାଦକ ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ସରପଞ୍ଚ ସଙ୍ଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ,ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର,ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗୌଡ ପ୍ରମୁଖ ମଞ୍ଚାସିନ ଥିଲେ। ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଦଳୀୟ ନେତୃବୃନ୍ଦ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ଦଳୀୟ ସଙ୍ଗଠନ କୁ ମଜବୁତ କରିବା ନିମନ୍ତେ ସଭାରେ ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ। ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀ, ବ୍ଳକ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୌଡ, ଛାତ୍ର ବିଜେଡ଼ି ସଭାପତି ରାଜକିଶୋର ମହାନ୍ତି,ସରପଞ୍ଚ ଚୈତନ୍ୟ ପ୍ରଧାନ, ସରପଞ୍ଚ ପ୍ରତିନିଧି ଅସିତ କୁମାର ସାହୁ,ଭଗବାନ ବାଡ଼ତ୍ୟା, ବିଶ୍ଵନାଥ ପ୍ରଧାନ, ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ଦୋରା, ପ୍ରତିନିଧି ରବି ଚନ୍ଦ୍ର ଗୌଡ ଙ୍କ ସମେତ ଟି.ଶ୍ରୀନିବାସ ପାତ୍ର,ରମେଶ ପାଢ଼ୀ, ସମୀର ସ୍ବାଇଁ, ନୀଳାଞ୍ଚଳ ରଥ,ବିଜୟ ପ୍ରଧାନ, ମନୋଜ ପଟ୍ଟନାୟକ, ସନ୍ତୋଷ ଗୌଡ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ମଧ୍ୟ ସଂଖ୍ୟାଧିକ ସରପଞ୍ଚ,ସମିତି ସଭ୍ୟ ଅନୁପସ୍ଥିତ ଥିଲେ। ସେହିପରି ଦିଗପହଣ୍ଡି ନଗର ବିଜେଡ଼ି ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ ଆୟୋଜିତ ସଭାରେ ନଗର ବିଜେଡ଼ି ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥା ଅନୁପସ୍ଥିତି ରେ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ , ହୃଦୟ ରଞ୍ଜନ ମେକାପ, ସୁନୀତା ସେଠୀ, ପ୍ରାକ୍ତନ କାଉନସିଲର ନିରୁପମା ପଟ୍ଟନାୟକ, ମାଗି ସେଠୀ, ବିଜେଡ଼ି ଜିଲା ସମ୍ପାଦକ ବି. କ୍ରିଷ୍ଣା ରାଓ ସୁବୁଦ୍ଧି,ରମେଶ ଚନ୍ଦ୍ର ପାତ୍ର, ଦଳୀୟ କାର୍ଯ୍ୟ କର୍ତ୍ତା ସୁରେନ୍ଦ୍ର ପଟ୍ଟନାୟକ, ଡ. ଯୁଧିଷ୍ଟିର ସ୍ବାଇଁ, ସଞ୍ଜୁକ୍ତା ଦଳେଇ, ଶିବ ଶଙ୍କର ମହାଙ୍କୁଡ ପ୍ରମୁଖ ମଞ୍ଚାସିନ ଥିଲେ। ସହର ର ପ୍ରତ୍ୟେକ ୱାର୍ଡ ରେ ଦଳୀୟ ସଙ୍ଗଠନ କୁ ସୁଦୃଢ କରିବାକୁ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଉଦ୍ୟମ କରିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରତି ସାହି ବସ୍ତି ରେ ବ୍ୟାପକ ଜନ ସଚେତନ ତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଭାରେ ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ସଭାରେ ପୂର୍ବତନ ଏନ୍ ଏ ସି ଉପାଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଭାପତି ପ୍ରଦୀପ୍ତ ପଟ୍ଟନାୟକ, ଏନ୍ ଏ ସି ର ଏମ୍ . ପି ପ୍ରତିନିଧି, ବିଧାୟକ ପ୍ରତିନିଧି, ମହିଳା ବିଜେଡ଼ି ନଗର ସଭାନେତ୍ରୀ ଶିବଲକ୍ଷ୍ମୀ ପଟ୍ଟନାୟକ ଙ୍କ ସମେତ ପୂର୍ବତନ କାଉନସିଲର ବୃନ୍ଦ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ମାତ୍ର ୧ କି. ମି ବ୍ୟବଧାନ ରେ ବିଜେଡ଼ି ର ଦୁଇ ଦୁଇ ଟି ସଭା , ଶୋଭାଯାତ୍ରା ଆୟୋଜନ କରାଯାଇଥିବା ରୁ ଦଳୀୟ କର୍ମୀ ଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଥିଲା। ଫଳରେ ଅନେକ ଦଳୀୟ ନେତା ଓ କର୍ମୀ କୌଣସି ସଭା କୁ ନ ଯିବାପାଇଁ ନିଷ୍ପତ୍ତି ନେବାସହ ବିବାଦ ଠାରୁ ଦୂରେଇ ରହିଥିବା ଜାଣିବାକୁ ମିଳିଛି। ଏନେଇ ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଉପାଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଭାପତି ପ୍ରଦୀପ୍ତ କୁମାର ପଟ୍ଟନାୟକ ଙ୍କୁ ପଚାରିବାରୁ ନେତୃତ୍ବ ଓ ପଦପଦବୀ ପାଇଁ ବିଜେଡ଼ି ରେ ପ୍ରତିଯୋଗୀତା ଚାଲିଛି। କିଛି ବ୍ୟକ୍ତି ଦଳରେ ବିଭେଦ ସୃଷ୍ଟି କରୁଛନ୍ତି।ସଭା ପୂର୍ବରୁ ତାଙ୍କୁ ଅସମ୍ମାନ କରାଯିବା କାରଣରୁ ସେ ଏବଂ ତାଙ୍କ ବହୁ ସଂଖ୍ୟକ ସମର୍ଥକ ସଭା ବର୍ଜନ କରିଥିବା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଏହି ଯେ, ଦଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ଦଳର ଅନେକ ବରିଷ୍ଠ ସଦସ୍ୟ କୌଣସି ସଭାକୁ ଯାଇନଥିଲେ। ଅପରପକ୍ଷରେ ଦଳୀୟ ନେତୃବୃନ୍ଦ ଙ୍କ ଅଯଥା ଆକ୍ରୋଶ ଦୃଷ୍ଟିରୁ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ କର୍ମୀ ଉଭୟ ସଭା ରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା।


