ଆମ୍ବପୁଆ ଫଞ୍ଚାୟତରେ ବିଜେଡିର ପଦଯାତ୍ରା
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବିଜୁ ଜନତା ଦଳ ତରଫରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପି ପଦଯାତ୍ରା ଅବସରରେ ବେଲଗୁଣ୍ଠା ବିଜେଡି ତରଫରୁ ଆଜି ଆମ୍ବପୁଆ ପଞ୍ଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି ।ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନଙ୍କ ପରିଚାଳନାରେ ହୋଇଥିବା କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ସମାଜର ସବୁ ବର୍ଗ ଲୋକଙ୍କ ପାଇଁ ବହୁ ବିକାଶ ମୁଳକ ଯୋଜନା ମାନ ହାତକୁ ନେଇ ରାଜ୍ୟକୁ ବିକାଶମୁଖୀ କରାଉଛନ୍ତି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ଵୋଧନ ଦେଇଥିଲେ ।ସାଂସଦ ଶ୍ରୀମତୀ ବିଷୋୟୀ ନବୀନ ସରକାର ମହିଳା ମାନଙ୍କ ବିକାଶ ପାଇଁ ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି ସେ ଉପରେ ବକ୍ତବ୍ୟ ପ୍ରଦାନ କରି ସବୁ ଯୋଜନାର ରୁପରେଖ ଉପରେ ଆଲୋକପାତ କରିଥିଲେ ।ସାଧାରଣ ସଭାରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ବେଲଗୁଣ୍ଠା ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ବିଷୋୟୀ ସଭାପତିତ୍ୱ କରିଥିବା ବେଳେ ବେଲଗୁଣ୍ଠା ଏନ୍.ଏ.ସି ପୁର୍ବତନ ଅଧ୍ୟକ୍ଷ ରବୀନ୍ଦ୍ରନାଥ ମହାପାତ୍ର, ପୁର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ ସାହୁ,ବିଜେଡି ନେତା ଭି.ଦେବୀ ପ୍ରସାଦ ପାତ୍ର, ପ୍ରଫୁଲ୍ଲ ପଣ୍ଡା,ସନ୍ତୋଷ ସୁବୁଦ୍ଧି,ବ୍ଲକ ବିଜେଡି ସମ୍ପାଦକ ରାମେଶ୍ୱର ପାତ୍ର,ସରପଞ୍ଚ ମନୋଜ ପ୍ରଧାନ,ତ୍ରିନାଥ ଗୋଛାୟତ,କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ସମିତି ସଭ୍ୟ ତୁଷାର ବିଷୋୟୀ,ମମତା ଭୋଳ,ଦୂର୍ଗା ମାଧବ ନାୟକ, ମହିଳା ବିଜେଡି ସଭାନେତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ,ପୁର୍ବତନ ସରପଂଚ ଚନ୍ଦ୍ରଶେଖର ନାୟକ,ଟୁକୁନା ସାମଲ ଙ୍କ ସହିତ ବହୁ ବିଜେଡ଼ି କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।