ମୟୁରଭଞ୍ଜ ଅମଲା ସଂଘର ବାର୍ଷିକ ବନ୍ଧୁ ମିଳନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶା ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ମୟୁରଭଞ୍ଜ ଶାଖା ଓ ଓଡିଶା ଅମଲା ସଂଘ ମୟୁରଭଞ୍ଜ ଶାଖାର ବାର୍ଷିକ ବନ୍ଧୁ ମିଳନ ଯଶିପୁରର ଖଇରୀ-ଭଣ୍ଡନ ନଦୀ ନିକଟସ୍ଥ କୁମ୍ଭୀର ଗବେଷଣା କେନ୍ଦ୍ର ରମତୀର୍ଥ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି I ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅମଲା ତଥା କର୍ମଚାରୀ ମାନଙ୍କର ସମୂହ ଉପସ୍ଥିତି ଅୟୋଜନକୁ ସାଫଲ୍ୟ ଆଣି ଦେଇଥିଲା I ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା I ଉପସ୍ଥିତ ସମସ୍ତେ କୋଭିଡ-୧୯ କଟକଣାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ନିରାପଦ ଦୂରତ୍ୱ ରକ୍ଷା ଓ ମୁହଁରେ ମାସ୍କ ପରିଧାନକରି ଅନୁଶାସନକୁ ପ୍ରତିବଦ୍ଧତାରସହ ପାଳନ କରିଥିଲେ I ମୁଖ୍ୟ ଅତିଥି ଭାବରେ ଯଶିପୁର ବ୍ଲକ ବି.ଇ.ଓ. ମଙ୍ଗଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ I ସେଠାରେ ଏକ ସମ୍ବର୍ଦ୍ଧନା ସଭା ମଧ୍ୟ ହୋଇଥିଲା I ସେଥିରେ ପ୍ରମୁଖ ଭାବରେ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସମ୍ପାଦକ ଶୁଶାନ୍ତ କୁମାର ପାଣି, କୋଷାଧକ୍ଷ ସଂଜିତ କୁମାର ଗିରି, ଅମଲା ସଂଘର ଜିଲ୍ଲା ସଭାପତି ଶିବାଜୀ ଶତପଥି, କାର୍ଯ୍ୟକାରୀ ସଭାପତି ଅଶ୍ୱନୀ କୁମାର ମହାନ୍ତ, କୋଷାଧକ୍ଷ ବୈଦ୍ୟନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ଅନୁଭୂତି ସହ ବକ୍ତବ୍ୟ ରଖିଥିଲେ ଓ ସମସ୍ତେ ଏକତ୍ରିତ ହୋଇ ସାମୁହିକ ଦାବି ହାସଲ ଦିଗରେ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ I ବିଗତ ଦିନରେ ଅବସର ଗ୍ରହଣ କରିଥିବା ବନମାଳୀ ମହାକୁଡ଼, ସୁବାସ କୁମାର ମହାନ୍ତି ଓ ନିକଟରେ ଅବସର ନେବାକୁ ଥିବା ପ୍ରଦୀପ କୁମାର ଲେଙ୍କା ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା I ଶିବ ମହାକୁଡ଼, ଅଜୟ କୁମାର ମହାନ୍ତ, ଦୁଷ୍ମନ୍ତ ନାଏକ, କପିଳେନ୍ଦ୍ର ମହାନ୍ତ, କୁନାଲ ମହାନ୍ତ, ମଦନମୋହନ ବାରିକ, ରାଜକୃଷ୍ଣ ମହାନ୍ତି, ବଟବାବୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I


