ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ୍
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍):କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ଠାରେ ବାଇକ ଡ଼ିକି ଭାଙ୍ଗି ଏକ ଲକ୍ଷ ଅଠେଇଶ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡ଼ିଛି ଯେ,ଶୁକ୍ରବାର ଦିନ ଅପରାହ୍ନ ୧ ଘଟିକା ସମୟରେ ପଳଶା ଗ୍ରାମର ଶୈଳ ଚନ୍ଦ୍ର ବାରିକ ଯୋଡ଼ାସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧ଲକ୍ଷ ୨୮ହଜାର ଟଙ୍କା ଉଠାଇ ନିଜ ଘର ଅଭିମୁଖେ ଯାଉଥିଲେ । ଜୁରୁଡ଼ି ହାଟପଦା ନିକଟସ୍ଥ ଇଣ୍ଡସ୍ଇଣ୍ଡ ଏଟିଏମ୍ କାଉନ୍ଟରେ ବାଇକ ଠିଆ କରି ଅନ୍ୟ ଏକ ବ୍ୟାଙ୍କର ବାଲାନ୍ସ ଚେକ କରିବା ପାଇଁ ପଶିଥିଲେ ।ସେଠାରୁ ଫେରିବା ପରେ ତାଙ୍କ ଡ଼ିକି ଭାଙ୍ଗି ସମସ୍ତ ଟଙ୍କା ଚୋରୀ ହୋଇଯାଇଥିବା ଦେଖି ବାମେବାରୀ ପୋଲିସକୁ ଜଣାଇଥିଲେ ।ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି ।