ପିପିଏଲ୍ ଜିପସମ୍ ମାମଲାଉତ୍କଳ କମ୍ପାନୀକୁ ଗାଡି ଯୋଗାଇ ବିବାଦରେ ଫୋର୍‌ଟି ସଂଘ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପସ୍ଥିତ ପିପିଏଲ୍ ସାର କାରଖାନାରୁ ଜିପସମ୍ ଉଠାଣ ନିମନ୍ତେ ୯ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ମିଳିଛି । ସେଥି ମଧ୍ୟରୁ ଉତ୍କଳ ନାମକ କମ୍ପାନୀ ଗତବର୍ଷ ଡିସେମ୍ବର ମାସର ସାର ଉଠାଣ ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ଏହି କମ୍ପାନୀ ପାଇଁ ପିପିଏଲ୍ କମ୍ପାନୀ ଏକ ପ୍ରକାର ଚକ୍ରବ୍ୟୁହରେ ଫସି ଯାଇଛି । ଖବରରୁ ପ୍ରକାଶ ଯେ ଉତ୍କଳ କମ୍ପାନୀ ତାର ଜିପସମ୍ ପରିବହନ କାର୍ଯ୍ୟ ପାଇଁ ସ୍ଥାନୀୟ ଏମ୍‌.କେ.ଏସ୍ ପରିବହନ ସଂସ୍ଥାକୁ ନିୟୋଜିତ କରିଥିବା ବେଳେ ନୂତନ କରି ଗଢି ଉଠିଥିବା ଫୋରଟି ସଂଘ ସହ ପରିବହନ ପାଇଁ ସହବନ୍ଧିତ କରିଛି । ଯାହାର କି କୌଣସି ଅସ୍ଥିତ୍ୱ ନାହିଁ କି ତାର କୋଣସି କର୍ମକର୍ତ୍ତାଙ୍କ ଗାଡି ନଥିବା ଅଭିଯୋଗ ହେଉଛି । ତେବେ ଉତ୍କଳ କମ୍ପାନୀର ମନମରକ୍ଷକ୍ଷକ୍ଟ କାର୍ଯ୍ୟ ଓ ଅନ୍ୟୟ ଭାବେ ଫୋରଟି ସଂଘର ଗାଡି ବ୍ୟବହାରକୁ ନେଇ ଏମ୍‌.କେ.ଏସ୍ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ତେବେ ଏସବୁ ଘଟଣା କ୍ରମକୁ ନେଇ ଏମ୍‌.କେ.ଏସ୍ ଟ୍ରାନ୍ସପୋର୍ଟ ମାଲିକ ସଂଘ ସୁଶାନ୍ତ କୁମାର ସାମଲଙ୍କୁ ଯୋଗାଯୋଗ କରିବାରୁ ସେ ଆଇନତଃ ଏହା ସଂପୂର୍ଣ୍ଣ ବେଆଇନ୍‌, ଫୋରଟି ସଂଘ କୌଣସି ହାଲତ୍‌ରେ ଉତ୍କଳ କମ୍ପାନୀର ଜିପସମ୍ ପରିବହନ କାର୍ଯ୍ୟ ପାଇଁ ଗାଡି ଯୋଗାଇ ପାରିବ ନାହିଁ, ଯାହା କରିବ ଏମ୍‌.କେ.ଏସ୍ ଟ୍ରାନ୍ସପୋର୍ଟ ମାଧ୍ୟମରେ କରିବ । କିନ୍ତୁ ଏହାକୁ ଉତ୍କଳ, ଫୋର୍‌ଟି ଓ ସର୍ବୋପରି ପିପିଏଲ୍ ଖିଲାପ କରିଥିବାରୁ ଏଥି ପାଇଁ ଆଇନ୍‌ର ଆଶ୍ରୟ ନିଆଯାଇଛି ବୋଲି କହିଥିଲେ । ତେବେ ଏପରି ସ୍ଥଳେ ଏହି ପରିବହନ ଖେଳରେ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁକମ୍ପା ଦେଖାଇ ପିପିଏଲ୍ ଏବେ ହରଡ ଘଣାରେ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ