ଅପହଞ୍ଚ ଇଲାକାରେ ଅସହାୟ ବୃଦ୍ଧ,ବୃଦ୍ଧା ଓ ଭିନକ୍ଷମଙ୍କୁ ଉନ୍ନତ ମାନର କମଳ ବଣ୍ଟନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ରାଜ୍ୟରେ ଶୀତ ଜାରୀ ରହିଥିବା ବେଳେ କନ୍ଧମାଳ ଜିଲାରେ ପାରଦ ଖସିଆସି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଶୀତ ତାପମାପ ଯନ୍ତ୍ର ରିପୋଟରୁ ସୂଚନା ମିଳିଥିବା ଅନୁଯାଇ ୪ଡ଼ିଗ୍ରୀ ରହୁଥିବା ଜଣାପଡିଛି l କିନ୍ତୁ ଅପହଞ୍ଚ ଇଲାକା ଗୁଡିକରେ ଏହା ୩ରୁ୨ ଡ଼ିଗ୍ରୀ ରହୁଥିବା ଅନୁମାନ କରାଯାଉଛି।ଏଭଳି ପରିପ୍ରେକ୍ଷୀରେ ଶୀତରେ କନ୍ଧମାଳ ଥରୁଥିବା ବେଳେ ବିଶେଷକରି ଏହାର ପ୍ରଭାବ ଅସହାୟ ବୃଦ୍ଧ ବୃଦ୍ଧା ଓ ଭିନକ୍ଷମ ମାନଙ୍କ ଉପରେ ଗ୍ରାମାଞ୍ଚଳ ଗୁଡିକରେ ଅଧିକ ପଡିଥିବା ଜଣାପଡ଼ିଛ।ଶୀତର ଏହି ପ୍ରଭାବ ଜାଣି ଜିଲାର ଖଜୁରିପଡ଼ା ବ୍ଲକ ଦୁଇଟି ପଞ୍ଚାୟତ ସୁଡୁକୁମ୍ପା ଓ ବିଲାବାଡ଼ିର ଅପହଞ୍ଚ ଇଲାକାର ଶତାଧିକ ବୃଦ୍ଧ,ବୃଦ୍ଧା ଓ ଭିନକ୍ଷମ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ତଥା ବରିଷ୍ଠ ନାଗରିକ ସମାଜସେବୀ ମାତାଦିନ ଅଗ୍ରୱାଲ ଓ ସହଧର୍ମିଣୀ ଶ୍ରୀମତୀ ଗୋଦାବରୀ ଅଗ୍ରୱାଲଙ୍କ ସହାୟତାରେ ଏକ ଦୁଇଦିନିଆ କମଳ ବଣ୍ଟନ କାର୍ଯ୍ୟକ୍ରମ ସାନ ଭାଇ ରାଧାଶ୍ୟାମ ଅଗ୍ରୱାଲ ପୁଅ ସରୋଜ ଅଗ୍ରୱାଲ ଏବଂ ବରିଷ୍ଠ ସମାଜସେବୀ ଗିରିଜା ଶଙ୍କର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି।କନ୍ଧମାଳ ଜିଲ୍ଲା ସୁଡୁକୁମ୍ପା ପଞ୍ଚାୟତର ଅପହଞ୍ଚ ଗ୍ରାମ ଜାଣମେଣି,ଜକ୍ରେଜୁ, କାଳିଆମ୍ବା,ଓ ସୁଡୁକୁମ୍ପା, ନେଡ଼ିଗୁଡ଼ା, ମଲିକସାହି,ନୂଆସାହି ଭଳି ୭ ଖଣ୍ଡ ଗ୍ରାମରେ ଶତାଧିକ ଅସହାୟଙ୍କୁ ଉନ୍ନତ ମାନର କମଳ ବଣ୍ଟନ କରା ଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ମାନସ କୁମାର ମଲିକ ଓ ସୁଡୁକୁମ୍ପାର ଶିବପ୍ରସାଦ ସାହୁ ସହଯୋଗ କରିଥିଲେ।ସେହିଭଳି ଅପହଞ୍ଚ ବିଲାବାଡ଼ି ପଞ୍ଚାୟତର କାକେନ୍ଦ୍ରୀ, ପକଡେ଼ଇ, ପାଣିସାଳ, କୁରୁମୁଣି, ଡ଼ଙ୍ଗା,ସିକାଡି, କିଲୁ, ଡୁଗୁଡା,ବାନ୍ଧନପାଜୁ, ମାହାପାତ୍ରବସା,ବିଲାବାଡ଼ି ଭଳି ୧୧ ଗ୍ରାମର ଅସହାୟଙ୍କୁ କମଳ ବଣ୍ଟନ କରାଯାଇଛି ।ବର୍ତ୍ତମାନ ପରିସ୍ଥିତି ରେ ସରକାରୀ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଶୀତବସ୍ତ୍ର ପ୍ରଦାନର ଚିତ୍ର ବି ଦେଖିବାକୁ ମିଳୁ ନଥିବାବେଳେ ଜଣେ ମହାନ ବଦାନ୍ୟ ଓ ବରିଷ୍ଟ ସମାମାଜସେବୀ ଏଭଳି ମହାନ ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରେରଣା ସୃଷ୍ଟି କରିଥିବାରୁ ଭୂୟସୀ ପ୍ରଶଂସା ବୁଦ୍ଧିଜୀବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ