ଛତ୍ରପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନପ୍ରତିନିଧୀ ମାନେ
ଛତ୍ରପୁର,(ଦେବଦତ୍ତ ମହାରଣା): ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ପାଇଁ ଖୁସି ଖବର । ଆସନ୍ତା ଶିକ୍ଷା ବର୍ଷଠାରୁ ସେମାନଙ୍କୁ ରାଜ୍ୟରେ ଥିବା ଡାକ୍ତର , ଇଂଜିନିୟରିଂ ପରି ଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ମିଳିବ । ଏନେଇ ଆଜି ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ ହୋଇଛି । ଯେଉଁଥିରେ ସରକାରୀ ହାଇସ୍କୁଲ ରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲଜେରେ ନାମ ଲେଖାରେ ସଂରକ୍ଷଣ ପ୍ରସ୍ତାବ ରହିଛି । ଗ୍ରାମଞ୍ଚଳରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଏଭଳି ନିଆଯାଇଛି ବୋଲି କୁହାଯାଇଛି । ଐତିହାସିକ ନିଷ୍ପତ୍ତି ଯୋଗୁଁ ସବୁ ମହଲରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତେ ଶୁଭେଚ୍ଛାର ସୁଅ ଛୁଟିଛି ।
ଆଜି କ୍ୟାବେନେଟ ବୈଠକରେ ପାରିତ ହୋଇଥିବା ଐତିହାସିକ ନିଷ୍ପତ୍ତି କୁ ଛତ୍ରପୁର ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ଜନପ୍ରତିନିଧୀ ମାନେ । ଏନେଇ ସୋମବାର ସନ୍ଧ୍ୟାରେ ସର୍ବ ପୁରାତନ ହାଇସ୍ୁଲ ଅନସ୍ଲୋ ଅନୁଷ୍ଠାନ ପରିସରରେ ହାତରେ କ୍ୟାବେନେଟ ବୈଠକରେ ପାରିତ ହୋଇଥିବା ଐତିହାସିକ ନିଷ୍ପତ୍ତି ଲେଖା ଧରି ଛାତ୍ରଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ସରକାରୀ ହାଇସ୍କୁଲ ରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଥିବା ଡାକ୍ତରୀ ଇଂଜିନିୟରିଂ ପରି ଉଚ୍ଚଶିକ୍ଷା ଅନୁଷ୍ଠାନ ରେ ସଂରକ୍ଷଣ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇ ତାକୁ ଆଜି ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଭାବେ ଗୃହୀତ କରାଇଛନ୍ତି ତାହା ବାସ୍ତବିକ ଐତିହାସିକ ବୋଲି ସେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଏବିଇଓ ନୃସିଂହ ଚରଣ ମିଶ୍ର ଓ ସୀତାରାମ ପାତ୍ର, ଅନସ୍ଲୋ ଅନୁଷ୍ଠାନର ପରିଚାଳନ କମିଟି ସଭାପତି ଦିଲ୍ଲୀପ କୁମାର ସାମଲ, ଶିକ୍ଷକ ବାଉଁରୀ ବନ୍ଧୁ ପଣ୍ଡା, ଜଗଦୀଶ ପଲାଇଙ୍କ ସମେତ ବହୁ ଛାତ୍ରଛାତ୍ରୀ , ଅଭିଭାବକ ଏବଂ ଅନୁଷ୍ଠାନର ଶିକ୍ଷକ / ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।