ମହାବିଦ୍ୟାଳୟରେ ମହିଳା ଜାତୀୟ ସେବା ଶିବିର ଉଦଯାପିତ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ୟୁନିଟ ୩ ମହିଳା ଜାତୀୟ ସେବା ଶିବିର ଉଦଯାପିତ ହୋଇଇଯାଇଅଛି ।ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜୁନିୟର ରେଡ଼କ୍ରସ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡଃ.ଗୁରୁମୁର୍ତି ନାୟକ,ସନ୍ତୋଷ ପାଣିଗ୍ରାହୀ, ଅଶୋକ ସ୍ୱାଇଁ, ଅଶୋକ କୁମାର ପ୍ରଧାନ,ଅଜୟ ବିଶ୍ୱାଳ,ଓ ପ୍ରୋଗ୍ରାମ ଅଫିସର ସପନ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।ଗତ ୨୮ ତାରିଖଠାରୁ ଆଜି ପର୍ଯ୍ୟନ୍ତ ସାତ ଦିନ ଧରି ଚାଲିଥିବା ଏହି ଶିବିରରେ ପୋଷ୍ୟ ଗ୍ରାମ ଷୋଢ଼ଙ୍ଗାଇ ଗ୍ରାମରେ ବିଭିନ୍ନ ପ୍ରକାର ଜନସଚତନତା କାର୍ଯ୍ୟକ୍ରମ କରାଯାଇଥିଲା ।ସ୍ୱଛ ଭାରତ ଅଭିଯାନ, ପଲିଥିନ ମୁକ୍ତ ସମାଜ ଉପରେ ଗୁରତ୍ୱ ଦିଆଯାଇଥିଲା ।ପଲିଥିନ ବ୍ୟବହାର ନ କରିବା ପାଇଁ ଛାତ୍ରୀ ମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ।ସମସ୍ତ କାର୍ଯ୍ୟକ୍ରମ ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରଧାନ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା ।ରଂଜିତ ସାମଲ, ବିଶ୍ୱରଞ୍ଜନ ସ୍ୱାଇଁ,ବ୍ରଜେନ୍ଦ୍ର ପତି, ମନୋଜ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


