କର୍ତବ୍ୟରତ ନନ୍ଦିଘୋଷ ଟିଭି ର ସାମ୍ବାଦିକ ଓ କ୍ୟାମେରାମ୍ୟାନ ଙ୍କ ଉପରେ ବିଜେପି କର୍ମୀ ମାନଙ୍କ ବର୍ବରୋଚିତ ଆକ୍ରମଣ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ନୟାଗଡ଼ ର ଯଦୁପୁର ଠାରେ କର୍ତବ୍ୟରତ ନନ୍ଦିଘୋଷ ଟିଭି ର ସାମ୍ବାଦିକ ଓ କ୍ୟାମେରାମ୍ୟାନ ଙ୍କ ଉପରେ ବିଜେପି କର୍ମୀ ମାନଙ୍କ ବର୍ବରୋଚିତ ଆକ୍ରମଣ କୁ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ଆକ୍ରମଣକାରୀ ଙ୍କ ବିରୋଧରେ ଦୂଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇ ଏକ ସ୍ମାରକପତ୍ର ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ଯ ରେ ଏଠାରେ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଙ୍କ ଜରିଆ ରେ ଦିଆଯାଇଛି। ଯେଉଁମାନେ ଦିନ ଦ୍ବିପ୍ରହର ରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଦୂଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।


