ବାଲିଗୁଡା ବ୍ଲକ କାର୍ଯ୍ୟାଳୟରେ କୋଭିଡ ନିୟମ ଖୋଲାଖୋଲି ଉଲଂଘନ କରି ପାଳିଲେ ନବବର୍ଷ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରଙ୍କ ତରଫରୁ କରୋନା ସଂକ୍ରମିତ କାରଣରୁ କିଛିମାସ ଧରି ସମସ୍ତ କାର୍ଯ୍ୟ ଉପରେ କୋଭିଡ କଟକଣା ଲାଗୁ ରହିଛି ଓ ଜିରୋନାଇଟ ଏବଂ ନୁଆ ବର୍ଷରେ କାଳେ ଅଧିକ ଗହଳି ଓ ଭୋଜି ଭାତର ଆସର ଜମିବାକୁ ଆଖି ଆଗରେ ରଖି ଜିରୋନାଇଟ ରାତି୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫୂଜାରି କରାଯାଇଥିଲା ଓ ନବବର୍ଷ ଦିନ ସାମୁହିକ ଭୋଜିଭାତର ଆସର ହୋଇିପାରିବେ ନାହିଁ ଓ ସାମାଜିକ ଦୁରତା ବଲମ୍ବନ କରିବା ସହ ମୁହଁରେ ମାକ୍ସ ବ୍ୟବହାର କରିବାକୁ ପ୍ରସାସନ ତରଫରୁ ନିୟମ ପ୍ରଣୟନ କରାଯାଇଛି ।କିନ୍ତୁ ଏହି ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରିଛନ୍ତି ଖୋଦ ପ୍ରସାସନ ଅଧିକାରୀ ବାବୁ ମାନେ ପୁଣି ଏହା ସରକାରୀ କାର୍ଯ୍ୟାଳୟ ପରିସରରେ ।ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ । ବ୍ଲକର ବିଡିଓ ଜଗଦିଶ ଷଢଙ୍ଗିଙ୍କ ସମେତ କାର୍ଯ୍ୟଳୟର ସମସ୍ତ କର୍ମଚାରୀମାନେ ଏକତ୍ରିତ ହୋଇଛନ୍ତି । ଗୋଟିଏ ସ୍ଥାନରେ ରହି ଫୋଟ ଉଠାଇଛନ୍ତି । ତାହାପୁଣି କାହାର ମୁହଁରେ ମାକ୍ସ ନାହିଁକି ସାମାଜିକ ଦୁରତା ନାହିଁ ସମସ୍ତେ ପରଷ୍ପରକୁ ଲାଗି ରହିତିବା ଦେଖିବାକୁ ମିଳିଛି । ବର୍ତମାନ ଏହି ଫୋଟ ସୋସିଆଲ ମିଡିଆରେ ବୁଲିବାରେ ଲାଗିଛି ।ସାଧାରଣରେ ଆଲୋଚନା ହେଉଛି ଯେ ଖୋଦ ପ୍ରସାସନିକ ଅଧିକାରୀ ବିଡିଓ ଜଗଦିଶ ଷଢଙ୍ଗି କିଭଳି ନିଜେ ମାକ୍ସ ନପିନ୍ଧିବା ସହ ବିନା ସାମାଜିକ ୁଦୁତାରେ ନବବର୍ଷ ଦିନ ଏହିଭଳି ଫୋଟ ଉଠାଉଛନ୍ତି । ବଜାର ଓ ରାସ୍ତା ଘାଟରେ ଯଦୀ କେହି ମୁହଁରେ ମାକ୍ସ ପିନ୍ଧିନଥିବ ତେବେ ତାଠାରୁ ଜରିମାନା ଆଦାୟ କରୁଛି ପ୍ରସାସନ , ତେବେ ଖୋଦ ପ୍ରସାସନିକ ଅିକାରୀ ଯଦୀ କୋଭିଡ ନିୟମକୁ ଉଲ୍ଲଘନ କରିବେ ତେବେ ତାଙ୍କଠାରୁ କିଏ ଜୋରିମାନା ଅଦୟା କରିବ ବୋଲି ଆଲୋଚନା ହେଉଛି । ଏହି ବାବଦରେ ବିଡିଓଙ୍କୁ ପଚାରିବାରୁ ସେ କହିଲେ ସୋସିଆଲ ମିଡିଆରେ ଭାଇରଲ ହେଉଛି ତ ଆପଣ ମାନେ କଣ କରିବେ ଏହାପରେ କିଛି ସାମ୍ବାଦିକ କହିଲେ ଆମେ ନିୟୁଜ କରିବୁ ବିଡିଓଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ନିୟୁଜ କରନ୍ତୁ ମୁଁ କଣ କରିବି ବୋଲି କହିଛନ୍ତି । ସାଧାରଣରେ ଦାବୀ ହେଉଛି ଯେ ଏହାକୁ ନେଇ ଉଚ୍ଚସ୍ତ୍ରୀୟ ତଦନ୍ତ କରାଯାଉ ବୋଲିା


