ଜୁଆ ଆଡ୍ଡା ଉପରେ ପୋଲିସ୍ ର ଚଢାଉ ; ୮ ଜୁଆଡି ଗିରଫ୍

ଛତ୍ରପୁର,(ଦେବଦତ୍ତ ମହାରଣା): ତକାଲି ରାତିରେ ଚମାଖଣ୍ଡି ଥାନା ପୋଲିସ ଅଚାନକ ବଡ ଧରଣର ଚଢଉ କରି ୮ଜଣ ଜୁଆଡି କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୦ହଜାର ୫ଶହ ଟଙ୍କା ଏବଂ ୮ଟି ମୋବାଇଲ ଓ ଗୋଟିଏ ବାଇକ କୁ ଜବତ କରିଛି । ଏନେଇ ଚମାଖଣ୍ଡି ପୋଲିସ୍ ପକ୍ଷରୁ ୧/୨୦୨୧ ପ୍ରକାରେ ଏକ ମାମଲା ରୁଜୁ କରି ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ ଗତକାଲି ରାତିରେ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ ମାନେ ସିନ୍ଦିରାପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ସେଠାରୁ ଜୁଆଡି ମାନେ ଧାଇଁବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାବୁବରେ ପଡିଯାଇଥିଲେ । ଘଟଣାସ୍ଥଳରୁ ପୋଲିସ ଟଙ୍କା ସହ ଜୁଆଡି ମାନଙ୍କୁ ଗିରଫ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ