ଜମିଜମାକୁ କେନ୍ଦ୍ର କରି ମହିଳାଙ୍କୁ ଅସଦ୍ ବ୍ୟବହାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଛୟାଳସିଂ ଗ୍ରାମରେ ଜମିଜମାକୁ କେନ୍ଦ୍ର କରି ଜନୈକ ବ୍ୟକ୍ତି ଜଣେ ମହିଳାକୁ ଅସଦ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଉକ୍ତ ଗ୍ରାମର ସୁଦାମ ଚରଣ ଖଣ୍ଡା ସେହି ଗ୍ରାମର ଚଞ୍ଚଳା ଜେନାଙ୍କ ଭାଇଙ୍କ ନାମରେ ଥିବା ଅଜା ଜମିକୁ ହରିହାଟ ନାମରେ କବଲା କରିଥିଲେ । ସେତେବେଳେ ସେହି ଜାଗାରେ ଚଞ୍ଚଳାଙ୍କ ଭାଇଙ୍କୁ ରାସ୍ତା ଦେବେ ବୋଲି କହିଥିଲେ । ମାତ୍ର ତାଙ୍କୁ ରାସ୍ତା ନଦେବାରୁ ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟି ଶୁଣି ଚଞ୍ଚଳା ସେଠାରେ ପହଞ୍ôଚ ତାଙ୍କ ଭାଇଙ୍କୁ ଡାକିବାରୁ ତାଙ୍କୁ ସୁଦାମ ଖଣ୍ଡା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଅସଦ୍ ବ୍ୟବହାର କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ କେସ ନଂ-୧୮୩/୨୦ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


