୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ଦୁଇ ଗିରଫ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୁ ବଡ଼ ସଫଳତା ମିଳିଛି । ୩ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଜଣ ବ୍ୟକ୍ତି କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାର କୁ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ ରବିବାର ଦିନ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଜଗତପୁର ରୁ ଚଣ୍ଡୀଖୋଲ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନିର୍ଗୁଣ୍ଡି ଟୋଲ ଗେଟ ପାଖରେ ଏକ ଧଳା ରଙ୍ଗ ସୁଇଫ୍ଟ ଡି ଜିଆର କାର (OD 05AX 5182) କୁ ଅଟକାଇ ତଲାସୀ କରିବା ପରେ ତା ଭିତରୁ ୩୦ କେଜି ର ଗଞ୍ଜେଇ ଜବତ ହେଇଥିଲା । ଯାହାର ମୂଲ୍ୟ ୩ ଲକ୍ଷ ରୁ ଅଧିକା ହେବ । ଗିରଫ ଦୁଇ ଜଣ ମଧ୍ୟରୁ ଜଣେ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଉଭୟ ଘର ଯଥାକ୍ରମେ କଟକ ବିଡାନାସି ଓ କିଶନ ନଗର ଅଂଚଳ ବୋଲି ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ