ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କ୍ରିକେଟ ମ୍ୟାଚ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଙ୍ଗାଲୋର ସ୍ଥିତ ସାହାକାର ନଗର ଠାରେ ନୂତନ ବର୍ଷ ଉପଲକ୍ଷେ OCCT ପକ୍ଷରୁ ଏକ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଥିଲା।ଉକ୍ତ ଟୁର୍ଣ୍ଣାମେଂଟରେ ୮ ଟି ଦଳ ଭାଗ ନେଇଥିଲେ।ଏବଂ ଏଥିରେ ନେତାଜୀ କ୍ରିକେଟ କ୍ଳବ ଓ ଇଲେଭେନ ଷ୍ଟାର ଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ନେତାଜୀ କ୍ରିକେଟ କ୍ଳବ ଟଚ୍ ଜିଣି ୮ ଓଭର ଭିତରେ ୮୯ ରନ କରିଥିବା ବେଳେ ଇଲେଭେନ ଷ୍ଟାର ୮୩ ରନ ସଂଗ୍ରହ କରିଥିଲା।ଉକ୍ତ ମ୍ୟାଚ ରେ ନେତାଜୀ କ୍ରିକେଟ ଦଳକୁ ବିଜେତା ଘୋଷିତ କରାଯାଇଥିଲା।OCCT ର ସଭାପତି ଶ୍ରୀଯୁକ୍ତ ପ୍ରକାଶ ମଲ୍ଲଙ୍କ ନେତୃତ୍ୱରେ ଆବାହକ କାଳନ୍ଦୀ ମହାନ୍ତି ,କାଶୀନାଥ ପରିଡା ,ଜୟରାମ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଉଦୟ କୁମାର ସିଂହ, ଶ୍ରୀଯୁକ୍ତ ଧୀରେନ ଜେ ସାହା ଉଭୟ ଦଳଙ୍କୁ ଟ୍ରଫି ,ମାନପତ୍ର ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ବାଙ୍ଗାଲୋର ସ୍ଥିତ କଳିଙ୍ଗ ଟିଭି ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ବାରିକଙ୍କୁ କୋଭିଡ ଯୋଦ୍ଧା ଭାବେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


