ପ୍ରତିରକ୍ଷା କୌଶଳ ବୃଦ୍ଧିର ପ୍ରମାଣ ବଜ୍ର – କେଟି-୯: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଗସ୍ତରେ ଯାଇଛନ୍ତି । ସେଠାରେ ସେ ଭାରତୀୟ ସେନା ବାହିନୀ ତିଆରି ହେଉଥିବା ଏଲ୍ ଏବଂ ଟ୍ରି ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବଜ୍ର – କେଟି-୯ ଟ୍ୟାଙ୍କ୍ ର ମଧ୍ୟ ନିଜେ ଚଲାଇଥିଲେ । ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଛଥିଲେ ଯେ ମୋଦି ସରକାର ଦେଶରେ ପ୍ରତିରକ୍ଷା କୌଶଳ ବୃଦ୍ଧି ପାଇଁ ଅଭୁତପୂର୍ବ ପ୍ରୋତ୍ସାହନ ଦେଇଛନ୍ତି । ଫଳ ସ୍ୱରୂପ ବଜ୍ର – କେଟି-୯ ଟ୍ୟାଙ୍କ ଏହାର ପ୍ରମାଣ ଦେଉଛି । ରାଷ୍ଟ୍ରୀୟ ଗୌରବର ଇନ୍ଧନ ଏବଂ ଆମର ସେନାଙ୍କ ବୀରତ୍ୱରେ ଆଗକୁ ବଢ଼ୁଥିବା ଏହି ଟ୍ୟାଙ୍କକୁ ଚଲାଇ ଅତ୍ୟନ୍ତ ଗୌରବାନ୍ୱିତ ଅନୁଭବ କରୁଛି ଏହି ଅବସରେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ