ଚୌଦ୍ଵାର ରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ

ଚୌଦ୍ଵାର, (ଦୀପକ୍ କୁମାର ବେଉରା) : ମାହାଙ୍ଗା ର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ କୁଳମଣୀ ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଙ୍କ ନିର୍ମମ ହତ୍ୟା ପ୍ରତିବାଦରେ ଚୌଦ୍ଵାର ବିଜେପି ମଣ୍ଡଳ ତରଫରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ହୋତା ଙ୍କ ନେତୃତ୍ୱରେ ଗାନ୍ଧିଛକ ଠାରେ ବିଜେପି କର୍ମୀ ମାନେ ନାରାବାଜି କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ହତ୍ୟାକାରୀ କୁ ତୁରନ୍ତ ଗିରଫ କରିବା ଏବଂ ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଉକ୍ତ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ ବିଜେପି ତରଫ ରୁ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରତିନିଧି ବୈରାଗୀ ଚରଣ ପ୍ରଧାନ,ରମେଶ ନାୟକ,ପ୍ରକାଶ ବଡ ଜେନା,ହଂସ ଚରଣ ସାହୁ, କାମଳ ମହାନ୍ତି,ଦୀନବନ୍ଧୁ ମହାରଣା,ଗୌତମ ସାହୁ,ସନ୍ତୋଷ ସାହୁ,ନିଗମ ପ୍ରସାଦ ସାହୁ,ସଂଜିତ୍ ମହାନ୍ତି,ରତିକାନ୍ତ ପାକଳ,କ୍ରିଷ୍ଣା ରାଓ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ