ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଉଦ୍ଘାଟିତ

ବ୍ରହ୍ମପୁର,( ରାଜେଶ କୁମାର ପଟ୍ଟନାୟକ):ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ କୁ ଆଜି ମାନ୍ୟବର ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ୱର ରୁ ଭର୍ଚୁଆଲ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି । ଏଠାରେ ଉଦଘାଟନ ସ୍ଥଳରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ମନ୍ତୀ ବିକ୍ରମ କେଶରୀ ଆରୁଖ,ବିଧାୟକ ବିକ୍ରମ କୁମାର ପଣ୍ଡା,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ମହାନଗର ନିଗମ ର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାର, ଉପଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ, ସମେତ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ମେୟର କେ. ମାଧବୀ ପ୍ରମୂଖ ଉପସ୍ଥିତ ଥିଲେ । ଏହା ସହ ସହର ରେ ଥିବା ରାମଲିଙ୍ଗେଶ୍ବର ଟ୍ୟାଙ୍କ, ପୁରୁଣା ବସଷ୍ଟାଣ୍ଡ, ପିଭିଏନ ରାଓ ପେଟ୍ରୋଲ ପମ୍ପ ଓ କମାପଲ୍ଲି ନିକଟରେ ଥିବା ବଡ ବଡ ଏଲଇଡି ବଡ ସ୍କିନ ରେ ମଧ୍ଯ ଏହି ଉଦଘାଟନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କରାଯାଇଥିଲା । ସହର ମଧ୍ଯ ଭାଗ ରେ ଥିବା ଏହି ଆବର୍ଜନାମୟ ରାମଲିଙ୍ଗେଶ୍ବର ପୋଖରୀ ର ପୁନଃଉଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ମାନ୍ୟବର ମୂଖ୍ଯମନ୍ତ୍ରୀ ୨୦୧୬ ମସିହା ଫେବୃଆରୀ ମାସ ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପୋଖରୀ ର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ବର୍ତ୍ତମାନ ସାଢେ ୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୁଚନା ମିଳିଛି । ଆଜି ଉଦଘାଟିତ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ମଝିରେ ୩୦ ଫୁଟ ଉଚ୍ଚ ର ଏବଂ ୧୨ ଲକ୍ଷ ଟଙ୍କା ବ୍ୟୟରେ ଶିବଙ୍କ ଏକ ବିରାଟ ମୂର୍ତ୍ତି ସ୍ଥାପନ ହୋଇଛି । ମୋଟ ୧୫୦୦ ବର୍ଗମିଟର ଅଚଂଳରେ ବଗିଚା ରହିଛି। ସର୍ବସାଧାରଣ ଙ୍କ ପାଇଁ ୬୫୦ମିଟର ଚଲାପଥ ନିର୍ମାଣ ସହ ଓ୍ବାଟର୍ ସ୍ପୋର୍ଟ୍ସ, ବୋଟିଂ, ସଫିଂ କମ୍ପ୍ଲେକ୍ସ ମଧ୍ଯ ରହିଛି । ଏହି ପ୍ରମୋଦ ଉଦ୍ୟାନ ର ଚାରିପାଖ ଚଲାପଥ ନିର୍ମାଣ ହୋଇଛି । ମୟୁରୀ ଟାଓ୍ବାର ଏବଂ ମନ୍ଦିର ପଟରେ ଦୁଇଟି ଫାଟକ ରହିଛି । ୯ଟି ପାହାଚ଼ ବିଶିଷ୍ଟ ୫ ଟି ଗ୍ୟାଲେରୀ ରେ ଲୋକମାନେ ବସିବା ପାଇଁ ବ୍ଯବସ୍ଥା ସହ ୪ଟି ରେଷ୍ଟ ସେଡ ମଧ୍ଯ ନିର୍ମାଣ କରାଯାଇଛି। ବଗିଚା ରେ ଘାସ ଓ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି । ପୋଖରୀ ଭିତରେ ୪ଟି ଫାଉଣ୍ଟେନ ମେସିନ ଲଗାଯିବା ସହ ସେଥି ରେ ଆଲୋକ ବ୍ୟବସ୍ଥା ସଂଯୋଗ କରାଯାଇଛି। ଏଥି ସହ ଫୁଡ କୋର୍ଟ, ପାନୀୟ ଜଳ ଭଳି ଅନେକ ସୁବିଧା ରହିଛି । ଏବେ ଏହା ସହରବାସୀ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି।ଆଜିର ଏହି ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ଉଦଘାଟିତ ହେବା ପରେ ବ୍ରହ୍ମପୁର ବାସୀ ଙ୍କ ଦୀର୍ଘ ଦିନ ର ଆଶା ଓ ସ୍ବପ୍ନ ସାକାର ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ