ବାଲିଗୁଡା ଜରାନିବାସରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି,ଦ୍ଵାରା ପରିଚାଳିତ ଜରାନିବାସ ର ଅନ୍ତେବାସୀଙ୍କୁ ମାନବ ଉଥାନ ସେବା ସମିତି ଦ୍ବାରା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବାଲିଗୁଡ଼ାର  ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏପିଡି, ଡିଆରଡିଏ ଏବଂ କାର୍ଯ୍ୟକ୍ରମ ର ଆୟୋଜକ  ନରେଶ ଶବର ଅନ୍ତେବାସୀ ଙ୍କୁ ମାର୍ଗଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନବାସୀ ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଅତିଥିଙ୍କୁ  ସ୍ବାଗତ କରିବା ସହିତ ଜରାନିବାସ ର ଅନ୍ତେବାସୀଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଶାନ୍ତି ମୈତ୍ରୀ ର ସମ୍ପାଦକ ଭଗବାନ ଜେନା ସମ୍ମାନିତ ଆତିଥି ଭାବେ ଯୋଗ ଦେଇଥିଲେ । ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା । ଜରାନିବାସ ର ପରିଚାଳକ ମାଧବ ଗମାଙ୍ଗ ଧନ୍ୟବାଦ୍ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ